ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଜେଡି ଦଳ ଛାଡିଥିବା ଦୁର୍ଗା ଚରଣ ପ୍ରଧାନ ବିଜେପିରେ ଯୋଗଦେଲେ । ଅନୁଗୁଳ ବ୍ଲକ ଉପାଧ୍ୟକ୍ଷ ଓ ଜିଲ୍ଲା ବିଜେଡ଼ିର ସମ୍ପାଦକ ଏବଂ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି । କିଛି ଦିନ ହେଲା ଦୁର୍ଗାଙ୍କୁ ବିଜେଡ଼ି କୋଣଠେସା କରି ରଖିଥିଲା । ଉପଯୁକ୍ତ ସ୍ଥାନ ଓ ସମ୍ମାନ ନ ପାଇବାରୁ ଦୁର୍ଗା ଶେଷରେ ଗେରୁଆ ରଙ୍ଗକୁ ଆଦରି ନେଲେ । ଦିଲ୍ଳୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ଉପସ୍ଥିତିରେ ଦୁର୍ଗା ବିଜେପିରେ ଯୋଗ ଦାନ କରିଛନ୍ତି । ଏହାଦ୍ୱାରା ଅନୁଗୁଳ ବ୍ଲକ ରେ ବିଜେପି ର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ବିଜେଡି ଦଳ ଛାଡିଥିବା ଦୁର୍ଗା ଚରଣ ପ୍ରଧାନ ବିଜେପିରେ ଯୋଗଦେଲେ !!!

