ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ ( ବୟସ – ୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ । ବୃଦ୍ଧ ଜଣକ ଆଜି ଅପରାହ୍ନ ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ । ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର – ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ତେବେ ଖବର ପାଇ ଆରପିଏଫ କର୍ମଚାରୀ ମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଜିଆରପି ବୃଦ୍ଧଙ୍କ ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ବୃଦ୍ଧଙ୍କ ମୃତ୍ୟୁ !!!

