ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ମାସ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ପକ୍ଷରୁ ସହରରେ ଟ୍ରାଫିକ ଚେକିଙ୍ଗ ଆରମ୍ଭ ହୋଇଛି । ରବିବାର ପୂର୍ବାହ୍ନରେ ପୋଲିସ ପକ୍ଷରୁ ସ୍ଥାନୀୟ ରଘୁନାଥ ସାହି ଛକରେ ଜୋରଦାର ଧରପଗଡ଼ ଅଭିଯାନ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ହେଲମେଟ, ଟ୍ରିପଲ ରାଇଣ୍ଡିଙ୍ଗ, ସିଟ ବେଲ୍ଟ ଆଦିକୁ ଗୁରୁତ୍ୱ ଦେଇଥିଲା ପୋଲିସ । ତେବେ ପ୍ରଥମ ଦିନରେ ପୋଲିସ ସଚେତନତା ଉଦ୍ଦେଶ୍ୟରେ ଉକ୍ତ ଚେକିଙ୍ଗ କରିଥିବା ବେଳେ ସମୁଦାୟ ୧୨ ଜଣ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩ ହଜାର ୬ ଶହ ଟଙ୍କା ଫାଇନ ଆଦାୟ କରିଥିବାର ସୂଚନା ମିଳିଛି । ଉକ୍ତ ଚେକିଂ ଅଭିଯାନରେ ଏସଆଇ ଚନ୍ଦନ କୁମାର ଦାସ, ଏଏସଆଇ ପ୍ରଶାନ୍ତ କୁମାର ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ । କିନ୍ତୁ ଆସନ୍ତା କାଲି ଠାରୁ ସହରର ବିଭିନ୍ନ ସ୍ଥାନରେ ସରପ୍ରାଇଜ ଟ୍ରାଫିକ ଚେକିଙ୍ଗ କଡ଼ାକଡ଼ି ଭାବେ କରାଯିବ ବୋଲି ଜଣାପଡିଛି । ତେଣୁ ସମସ୍ତ ମୋଟର ଆରୋହୀ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା ପାଇଁ ଆଇଆଇସି ରଶ୍ମିରଂଜନ ସାହୁ ଅନୁରୋଧ କରିଛନ୍ତି ।