ଟ୍ୟୁମର ରୋଗରେ ଆକ୍ରାନ୍ତ ମା’ ର ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛି ପୁଅ !!!

0
325

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟି ଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ, ପରିବାର କହିଲେ ୬ ଜଣ ସଦସ୍ୟ ପୁଅ ,ବୋହୂ ,୨ ନାତୁଣୀ , ଗୋଟିଏ ନାତି . ଏମାନଙ୍କୁ ନେଇ ଚଳିବା ବହୁ କଷ୍ଟ ସାଧ୍ୟ ହୋଇଯାଇଛି । ପୁରା ପରିବାର ଭରସା କରୁଛି ପୁଅ ଉପରେ , ଯିଏକି ପେସାରେ ଜଣେ ଫେରିଵାଲା , କେତେବେଳେ ୧୦୦ ଟଙ୍କା ବିକନ୍ତି ତ ଆଉ କେତେବେଳେ ୨୦୦।। ଆଉ ଘରଖଣ୍ଡିକ ବି କେଇଟା ଟଙ୍କା ପାଇଁ ଦାଣ୍ଡରେ ବନ୍ଧା ପଡିଛି । ଏ ଖବର ପାଇବା ପରେ ଦ ବ୍ଲଡ଼ ଦୋନର୍ସ ଓଡ଼ିଶା ର ସଭାପତି ରଞ୍ଜନ ମହାପାତ୍ର, ନୟାଗଡ଼ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ସାହୁ, ସମାଜ ସେବୀ ପ୍ରମୋଦ କୁମାର ସ୍ୱାଇଁ , ସୁରେଶ ଦାସ ଏବଂ ଶାଳିଆ ପ୍ରେସ୍ କ୍ଲବ ର ସଦସ୍ୟ ପହଞ୍ଚି ଆଶ୍ଵାସନା ଦେବା ସହିତ କିଛି ଅର୍ଥ ପ୍ରଦାନ କରିଥିଲେ ଓ ଶେଷରେ ତାଙ୍କୁ ଚିକିତ୍ସା କରାଇବାର ପ୍ରତିଶୃତି ଦେଇ ଅନୁରୋଧ କରିଥିଲେ ସମାଜସେବୀ ଭାଇ ଭଉଣୀ ମାନଙ୍କୁ କିଛି କିଛି ସହଯୋଗର ହାତ ବଢାନ୍ତୁ . ସମସ୍ତଙ୍କର ସଦିଛା ସହଯୋଗ ରହିଲେ ପ୍ରଫୁଲୀ ପୃଷ୍ଟି ଭଲ ହୋଇ ପାରିବେ ବୋଲି କହି ଆକୁଳ ନିବେଦନ କରିଛନ୍ତି ତାଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here