ଚିଲିକାରେ ବିଜେପି ନେତାଙ୍କୁ ଗିରଫ ଦାବିରେ ବାଲୁଗାଁ ଥାନା ଘେରାଉ କଲା ବିଜେଡ଼ି : ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି !!!

0
705

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ସୃଷ୍ଟି ହୋଇଛି ରାଜନୈତିକ ଉତ୍ତେଜନା । ବିଜେପି ନେତାଙ୍କୁ ଗିରଫ ଦାବୀରେ ବାଲୁଗାଁ ଥାନା ସମ୍ମୁଖରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଛି । ଆକ୍ରମଣ ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ ଦାବି କରି ବିଜେଡ଼ି ଥାନା ଘେରାଉ କରିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେଇ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା । ଏହାକୁ ସ୍ଥାନୀୟ କିଛି ଜନସାଧାରଣ ପ୍ରତିବାଦ ସହିତ ଦୃଢ ବିରୋଧ କରିଥିଲେ । ସେମାନଙ୍କ କହିବା ମୁତାବକ ପୂର୍ବରୁ ସ୍କୁଲର ପୂର୍ବତନ ସମ୍ପାଦକ ବିଜୟ କୁମାର ସେନାପତିଙ୍କ ନାମରେ ସ୍କୁଲରୁ ଅର୍ଥ ତୋଷାରପାତ ଅଭିଯୋଗ ନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ମାମଲା ବିଚାରାଧୀନ ରହିଛି । ରାଜ୍ୟ ଇକୋନୋମିକ ଅଫେନ୍ସ ଉଇଙ୍ଗ ବିଭାଗରେ ମଧ୍ୟ କେସ ଥିବା ବେଳେ ବିଧାୟକ କିଭଳି ସମ୍ପୃକ୍ତ ଅସାଧୁ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ସ୍କୁଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଛନ୍ତି । ତାକୁ ନେଇ ତୀବ୍ର ସମାଲୋଚନା ଓ ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ଏହି ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡ଼ିର ନେତାଙ୍କୁ ବିଜେପି ନେତା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଅଛି ।

ଅଭିଯୋଗ ମୁତାବକ, ବିଜେଡ଼ିର ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ , ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଆକ୍ରମଣ କରିଥିଲେ । କୃଷ୍ଣ ବେହେରାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ନିରଞ୍ଜନ ଧମକ ଦେଇଥିବାର ଥାନାରେ ଅହୋଜିଗ ହୋଇଛି । ତେଣୁ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଏହି ଘଟଣାକୁ ବିଜେଡ଼ି ପକ୍ଷରୁ ପ୍ରତିବାଦ କରିବା ସହ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ତେବେ ବିଜେପି ନେତା ନିରଞ୍ଜନ ସେଠୀ ଏବଂ ଅଜୟ ତରାଇଙ୍କୁ ଥାନାରେ ପୋଲିସ ଅଟକ ରଖିଛି । କିନ୍ତୁ ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି । ମିଥ୍ୟା ମାମଲାରେ ମିରଞ୍ଜନ ଏବଂ ଅଜୟଙ୍କୁ ବାଲୁଗାଁ ପୋଲିସ ଅଟକ ରଖିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଏନେଇ ବାଲୁଗାଁ ଥାନାରେ ଚାପା ଉତ୍ତେଜନା ଦେଖାଯାଇଛି । ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ପରିସ୍ଥିତିକୁ ଦେଖି ଥାନା ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି, ବାଣପୁର ଅତିରିକ୍ତ ଆଇଆଇସି, ଟାଙ୍ଗୀ ଆଇଆଇସି, ନାଚୁଣୀ ଫାଣ୍ଡି ଅଧିକାରୀ, କୁହୁଡି ଫାଣ୍ଡି ଅଧିକାରୀ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ଦିନରେ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହିତ ସଙ୍ଗୀନ ଧାରା ମଧ୍ୟ ଲାଗିଥିଲା । ଏହି ମାମଲାରେ ବିଧାୟକଙ୍କୁ ବିଜେଡ଼ି ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଉକ୍ତ ଘଟଣାକୁ ନେଇ , ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନଙ୍କୁ ବିଜେଡି ପକ୍ଷରୁ ଟାର୍ଗେଟ କରି ଅଭିଯୋଗ କରାଯାଇଥିବା ନେଇ ବିଜେପି ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here