!!! LN-4 ପ୍ରୋଜେକ୍ଟ ସହାୟ – ଭିନ୍ନକ୍ଷମ ହେବେ ସକ୍ଷମ !!!
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ମାନଙ୍କ ପାଇଁ ଖୁସିର ଖବର . ଦୂର ହେବ ଶାରିରୀକ ଅକ୍ଷମତା , ଚିକିତ୍ସା ପାଇଁ ଅର୍ଥ ହେବନି ବାଧକ . ବିନା ଖର୍ଚ୍ଚରେ ମିଳିପାରିବ କୃତ୍ରିମ ଅଙ୍ଗ . ଦିବ୍ୟାଙ୍ଗ ମାନଙ୍କୁ ସଶକ୍ତ ସକ୍ଷମ କରିବା ପାଇଁ ରୋଟାରୀ ଗ୍ରୁପ ଆୟୋଜନ କରୁଛି ପ୍ରୋଜେକ୍ଟ ସହାୟ . କହୁଣୀ ଠାରୁ ତଳକୁ ହାତ ନଥିବା ବ୍ୟକ୍ତିମାନେ ସଂପୂର୍ଣ୍ଣ ମାଗଣାରେ ପାଇ ପାରିବେ କୃତ୍ରିମ ହାତ . ରୋଟାରୀ କ୍ଲବ ଅଫ ନ୍ୟୁ ହରାଇଜନ , ରୋଟାରୀ କ୍ଲବ ଅଫ ଇନଫୋସିଟି , ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ନୀଳାଦ୍ରୀ ଏବଂ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ହାର୍ମୋନି ର ମିଳିତ ପ୍ରୟାସରେ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହେବାକୁ ଯାଉଛି . ଆସନ୍ତା ଫେବୃଆରୀ ମାସ 6 ତାରିଖ ଦିନ କଟକ ରୋଡ଼ସ୍ଥିତ ଟେରାପନ୍ଥି ଭବନରେ LN -4 ପ୍ରୋଜେକ୍ଟ ସହାୟ ଆୟୋଜନ ହେବା ନେଇ ରୋଟାରୀ ପକ୍ଷରୁ ସୂଚନା ଦିଆଯାଇଛି .

