ବାଣପୁର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟର ୧୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ !!!

0
560
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା । ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି । ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି । ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଜିଟିଭ ମାନଙ୍କୁ ହୋମ ଆଇସୋଲେସନରେ ବର୍ତ୍ତମାନ ରଖା ଯାଇଥିବା ବେଳେ ମେଡିକାଲ ପକ୍ଷରୁ ଆରଆରଟି ଟିମ ପହଞ୍ଚି ସର୍ଭେ ଜାରି ରଖିଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣିର ୫୭ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here