ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଶୁଣୁ ନାହାଁନ୍ତି ନୟାଗଡ଼ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ । ନୟାଗଡ଼ ସହରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣ କାଳୀ ପୀଠ ଯେଉଁଠାରେ କି ଦୈନନ୍ଦିନ ଶହଶହ ଯାତ୍ରୀ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏଠାରେ ଏକ ସୁଲଭ ଶୈ।ଚାଳୟ ନିର୍ମାଣ କରାଯାଇଛି କିନ୍ତୁ ଏହା ସଦାବେଳେ ବନ୍ଦ ରୁହେ । ଦୁର ଦୁରାନ୍ତ ରୁ ମା’ ଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାକୁ ନିୟମିତ ଖୋଲିବା ପାଇଁ ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ମହାଶୟ ଫୋନ ଉଠାଉ ନଥିବା ଏବଂ ମେସେଜ କଲେ ମଧ୍ୟ ଏହାର ଉତ୍ତର ଦେଉନଥିବା କଥା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଶୈ।ଚାଳୟକୁ ନିୟମିତ ଖୋଲିବା ପାଇଁ ସାଧାରଣ ରେ ଦାବି ହେଉଅଛି .
ସାଧାରଣ ଲୋକଙ୍କ ଅଭିଯୋଗକୁ ଖାତିର କରୁନାହାନ୍ତି ନୟାଗଡ ପୌର ନିର୍ବାହୀ ଅଧିକାରୀ

