ସଫେଇ କର୍ମଚାରୀଙ୍କୁ ଦରମା ଦେଉନି , ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିବା ବାଙ୍କୀ ଏନଏସି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଛି ବାଙ୍କୀ ଏନଏସି . ହେଲେ ସଫେଇ କର୍ମଚାରୀଙ୍କୁ ଦେଉନି ଦରମା . ୩ ମାସ ର ପ୍ରାପ୍ୟ ନପାଇ ଏବେ ଧାରଣାରେ ବସି ରହିଛନ୍ତି ସଫେଇ କର୍ମଚାରୀ . ପାରିଶ୍ରମିକ ମିଳିବା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି କହିଛନ୍ତି 40 ରୁ ଉର୍ଦ୍ଧ ସଫେଇ ଠିକା କର୍ମଚାରୀ . କାର୍ଯ୍ୟବନ୍ଦ ଆନ୍ଦୋଳନ କାରଣରୁ ସେପଟେ ଓମିକ୍ରନ ସଂକ୍ରମଣ ଚିନ୍ତାରେ ଜନସାଧାରଣ ଓ ବ୍ୟବସାୟୀ .

କଟକ ଜିଲ୍ଲାର ବାଙ୍କୀ ଏନଏସି ରେ କାର୍ଯ୍ୟରତ 40 ରୁ ଉର୍ଦ୍ଧ ସଫେଇ ଠିକା କର୍ମଚାରୀ ୩ ମାସର ବକେୟା ଦରମା ନ ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇ ଏନଏସି ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସି ରହିଛନ୍ତି . ଆଉ ନିଜର ହକ ପାଇଁ ଝାଡୁ ଛାଡ଼ ଆନ୍ଦୋଳନର ପନ୍ଥା ଆପଣେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି . ସେପଟେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ମୁଖ୍ୟ ବଜାର ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା . କୋଭିଡ ସଂକ୍ରମଣ ପରିସ୍ଥିତିରେ ଅଳିଆ ଆବର୍ଜନା ଜମା ହୋଇ ରହିବା କାରଣରୁ , ଏବେ ଅତିଷ୍ଠ ଓ ଭୟଭୀତ ଅବସ୍ଥାରେ ବଜାରର ବ୍ୟବସାୟୀ ଏବଂ ଜନସାଧାରଣ .

Leave a Reply

Your email address will not be published. Required fields are marked *