ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଲିଙ୍ଗରାଜ ପାଣିଗ୍ରାହୀ, ଲୋକନାଥ ଭୁକ୍ତା, ସାର୍ଲା ଇଶ୍ୱର ରାଓ ପ୍ରମୁଖ ମାଛମରା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମ ଗସ୍ତ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କ ସହିତ ସେମାନଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ଏ ବର୍ଷ ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶୃଙ୍ଖଳା ଦେଖା ଦେଇଛି । ଏକାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଥିବା ବେଳେ କେବଳ ଗୋଟିଏ ଗୋଷ୍ଠୀକୁ ଦାୟିତ୍ଵ ଦେବା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏହି ଦାୟିତ୍ୱ ବଣ୍ଟନକୁ ନେଇ କୋୖଣସି ସଠିକ ସୂଚନା ଦେଇ ନଥିବା ଓ କୋୖଣସି ଆଲୋଚନା କରି ନଥିବା ବେଳେ ଶାସକ ଦଳ ବା ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ପଡି ମନମୁଖୀ ଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟିତ୍ଵ ବଣ୍ଟନ କରିଥିବା ଅଭିଯୋଗ କରି ମା ମାନେ ବ୍ଳକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥି ସହିତ ବିଭିନ୍ନ ଜାଗାରେ ରାସ୍ତା ରୋକ ଚାଲିଛି । ଯାହା ଫଳରେ ଚାଷୀମାନେ ନିଜର ଅମଳ କରିଥିବା ଧାନ ବିକ୍ରି କରି ପାରୁ ନାହାନ୍ତି । ଆଲୋଚନା ସମୟରେ ରାଜପୁର ଗ୍ରାମରେ ପାଇଖାନା ଦୁର୍ନିତି, ସାହି ମାନଙ୍କରେ ଆଲୁଅ ବ୍ୟବସ୍ଥା ନଥିବା ଅଭିଯୋଗ କରିଥିଲେ । ଆପ୍ ଗଜପତି ତରଫରୁ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଚାଷୀଙ୍କ ଧନ କିପରି ବିକ୍ରି ହେଇପାରିବ ତାର ସମାଧାନ କରିବା ନିମନ୍ତେ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *