ବଲେରୋ ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଅଜିତ କୁମାର ସାହୁଙ୍କ ବଲେରୋ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଯେ, ଗତ ୩ ତାରିଖରେ କୋଶଳାର ଅଜିତ କୁମାର ସାହୁଙ୍କ ବଲେରୋ (ଓଆର-୧୯ଏଲ-୩୩୪୩) ଟି ଚୋରି ହୋଇଥିଲା । ଏ ନେଇ ଅଜିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ କଟକ ଜଗତପୁରର ଏକ କବାଡ଼ି ଦୋକାନରେ ଚଢ଼ାଉ କରି ସେଠାରେ ବଲେରୋକୁ କାଟି ଖଣ୍ଡ ଖଣ୍ଡ କରାଯାଉଥିବା ଦେଖିବାକୁ ପାଇଲେ । ଏଥିରେ ସମ୍ପୃକ୍ତ ଥିବା ଭଦ୍ରକର ଶଶାଙ୍କ କୁମାର ସାହୁ ଓ କଟକ କିଶନନଗର ର ପ୍ରଦିପ୍ତ କୁମାର ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *