କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗୋଟିଏ ମହାବିଦ୍ୟାଳୟର ପ୍ରତିଷ୍ଠା ସମୟର ପ୍ରାରମ୍ଭିକ ଶିକ୍ଷାଦାନରେ ଆଗପଛ ହୋଇ ଯୋଗ ଦେଇଥିଲେ । ଏହି ମଣିଷ ତିଆରି କାରଖାନାରେ ବହୁ ତିକ୍ତ ଓ ମଧୁର ଅନୁଭୁତିର ସଂଘର୍ଷକୁ ପାଥେୟ କରି ଗତିଶୀଳ ହୋଇଥିବା ଅଧ୍ୟାପକ ଦ୍ୱୟ ଶେଷରେ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ବାଙ୍କୀ ବ୍ଲକ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଓଡିଆ ପ୍ରାଧ୍ୟାପକ ଦିଲ୍ଲିପ କୁମାର ବଳିଆର ସିଂ ଏବଂ ପଦାର୍ଥ ବିଜ୍ଞାନର ଅଧ୍ୟାପକ ହେମନ୍ତ କୁମାର ଛୋଟରାୟଙ୍କୁ ମହାବିଦ୍ୟାଳୟ ପରିସରରେ କୋଭିଡ କଟକଣାକୁ ମାନି ବିଦାୟକାଳୀନ ସଂବର୍ଦ୍ଧନା ଦିଆଯାଇଛି । ଅଧ୍ୟାପକ ମହେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଳାପଥର ଅଞ୍ଚଳର ବିଜେଡି ନେତା ମିର୍ଜା ସର୍ଦାର ଅଲ୍ଲୀ ବେଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ଅବସର ପ୍ରାପ୍ତ ଅଧ୍ୟାପକଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ଦେଇ ବିଦାୟକାଳୀନ ସଂବର୍ଦ୍ଧନା ଜଣାଇଥିଲେ । ଅନ୍ୟତମ ଅତିଥି ମହାବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷ ସୁନନ୍ଦ ଛାଟୋଇ ବିତେଇଥିବା ଦୁଇ ଅଧ୍ୟାପକଙ୍କ ସହିତ ସ୍ମୃତି ବିସ୍ମୃତିକୁ ନିଜ ବକ୍ତବ୍ୟରେ ସ୍ମୃତିଚାରଣ କରିଥିଲେ । ଅଧ୍ୟାପିକା ତୃପ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ରାକା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ମମତା ଜେନା ଏବଂ ମୌସୁମୀ ପଟେଲ ମାନପତ୍ର ପଠନ କରିଥିଲେ । ଶିକ୍ଷାଦାନରୁ ବିରତି ନେଇ ଅବସର ଗ୍ରହଣ କରୁଥିବା ଅଧ୍ୟାପକ ଦ୍ଵୟଙ୍କ ବିଦାୟୀ ବକ୍ତବ୍ୟ କିଛି ସମୟ ସବୁ ଶିକ୍ଷକ ଓ ଅଣଶିକ୍ଷକଙ୍କ ଆଖିରେ ଲୁହ ଭରି ଦେଇଥିଲା । ଅଧ୍ୟାପିକା ମାନସୀ ବାରିକ , ଡଲି ସାହୁ , ରୁପାଲି ରାଜ ପ୍ରଧାନ , ଗିରିଜା ଶଙ୍କର ବଳ, ପ୍ରଶାନ୍ତ ଦାସ, ମାନଗୋବିନ୍ଦ ତ୍ରିପାଠୀଙ୍କ ପରି ସହକର୍ମି ପ୍ରମୁଖ ନିଜର ପ୍ରିୟ ଅଧ୍ୟାପକଙ୍କୁ ଭକ୍ତିପୁତ ଶବ୍ଦ ଅର୍ଘ୍ୟ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଚ୍ଚିଦାନନ୍ଦ ମିଶ୍ର, କାଶି ରାମ, ମାନଗୋବିନ୍ଦ , ମୁକେଶ କୁମାର ସାହୁ , ପ୍ରଶାନ୍ତ କୁମାର ବିଶ୍ୱାଳ ,ରାକେଶ କୁମାର ପ୍ରମୁଖ ସଫଳ କରାଇବାରେ ସହଯୋଗ କରିଥିଲେ ।
ଦୁଇ ଅଧ୍ୟାପକଙ୍କୁ ଭକ୍ତିପୁତ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ !!!

