ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବଡ଼ ଅଜବ ଏ ସୃଷ୍ଟି . ଏହି ସୁନ୍ଦର ପୃଥିବୀରେ ଆଜି ବି କିଛି ଆଶ୍ଚଯ୍ୟଜନକ କଥାବସ୍ତୁ ଦୃଷ୍ଟି ଆକର୍ଷଣ କରୁଛି ଯାହା ଅନେକଙ୍କ ମତରେ ବୈଜ୍ଞାନିକ ପ୍ରୟୋଗବାଦୀ ହୋଇଥିବା ବେଳେ ଆଉ କେତେ ଜଣଙ୍କ ମତରେ କିମ୍ବଦନ୍ତୀରେ ସତ୍ୟ ଉପସ୍ଥାପିତ ରହସ୍ୟମୟ କଥାବସ୍ତୁ ଲୁଚି ରହିଛି । ପଥରକୁ ପଥରରେ ଆଘାତ କଲେ ଶୁଭୁଚି ଘଣ୍ଟର ଧ୍ୱନି . ଦୀର୍ଘ ଦୁଇବର୍ଷ ପୂର୍ବରୁ ଏହି ବାର୍ତ୍ତାଟି ଲୋକ ଲୋଚନକୁ ଆସି ସାରା ବିଶ୍ୱରେ ପ୍ରଘଟ ହୋଇଥିଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ସତ୍ୟତା ସମସ୍ତଙ୍କ ମନରେ ଆଜି ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି . ହିଁ ଆମେ କହୁଛୁ ବାଣପୁର ଅଞ୍ଚଳରେ ଥିବା ସେହି ଘଣ୍ଟଶିଳା ପର୍ବତର କଥା , ପର୍ବତର ୨୦୦୦ ଫୁଟ ଉପରେ ରହିଛି ଏକ ବିରାଟକାୟ ପଥରଖଣ୍ଡ . ଯାହାକୁ ପଥରରେ ଆଘାତ କରିବା ଦ୍ୱାରା ଅବିକଳ ଶୁଭୁଚି ଘଣ୍ଟର ଧ୍ୱନି । କିମ୍ବଦନ୍ତୀ ଅନୁଯାୟୀ ଯାହାକୁ ବାଣପୁରର ରାଜା ବାଣାସୁର ର କୀର୍ତ୍ତି ବୋଲି କୁହାଯାଏ . ବାଣାସୁର ସୋଲୋରୀ ଓ ଭାଲେରି ଶିଖରରେ ରହି ଘଣ୍ଟଶିଳା ପର୍ବତରେ ଦୁଇପାଦ ରଖି ମାଆ ଭଗବତୀଙ୍କ ପୂଜାର୍ଚ୍ଚନା କରୁଥିବା ସମୟରେ ପର୍ବତରେ ଥିବା ଶିଳା ଗୁଡିକକୁ ଆଘାତ କରି ଘଣ୍ଟର ଧ୍ୱନି ବାହାର କରୁଥିଲା . ସେବେଠାରୁ ଏହି ପର୍ବତର ନାଁ ଘଣ୍ଟଶିଳା ବୋଲି ନାମିତ ହେଲା , ଯାହାର କିମ୍ବଦନ୍ତୀ ସତ ହୋଇଛି ବାଣପୁରରେ ଅଞ୍ଚଳରେ ।
ବାଣପୁର ଘଣ୍ଟଶିଳା ପର୍ବତରେ ଥିବା ପଥରରୁ ଶୁଭୁଚି ଘଣ୍ଟର ଧ୍ୱନି !!!

