୨୪ ଟନ ଗୋମାଂସ ଜବତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ବ୍ୟାପକ ଧରପଗଡ଼ ସତ୍ତ୍ୱେ ଥମୁନି ଗୋ ଚାଲାଣ . ଜାତୀୟ ରାଜପଥ ଦେଇ ବଢ଼ିବାରେ ଲାଗିଛି ଗୋ ମାଂସ ଚାଲାଣ . ଖୋର୍ଦ୍ଧାରେ ୨୪ ଟନ ଗୋମାଂସ ଜବତ . ବିଏଚପି, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଗୋ ମାଂସ ଚାଲାଣ କରୁଥିବା ଗାଡିକୁ ଧରି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ପୋଲିସ ଜିମା ଦେଇଛନ୍ତି । ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟନରରେ ୨୪ ଟନ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା – ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଟ୍ରକ କୁ ଅଟକାଇଥିଲେ । ଏଥିରେ ଗୋମାଂସ ଚାଲାଣ ଥିବା ଜଣାପଡିବା ପରେ ସଦର ପୋଲିସ ଜିମାରେ ଗାଡି ଦେବା ପରେ , ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ ।

Leave a Reply

Your email address will not be published. Required fields are marked *