ସମସ୍ତ ଜିଲ୍ଲା ପରିଷଦ ଜୋନ୍ ପାଇଁ ବାଙ୍କୀ କଂଗ୍ରେସ ର ପ୍ରାର୍ଥୀ ଚୟନ ।।

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମହୋଲ ର ଉଷ୍ମତା ବଢ଼ି ଚାଲିଥିବା ସମୟରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହେଲାଣି ନାମାଙ୍କନ ପତ୍ର ଦାଖଲ । ଏ ମଧ୍ୟରେ ବାଙ୍କୀ ର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସ ର ପ୍ରାର୍ଥୀ ଚୟନ ଚୁଡାନ୍ତ ହୋଇଥିବାର ସୂଚନା ମିଳିଛି । ବାଙ୍କୀ ସଦର ଜୋନ୍ ୩୭ ନମ୍ବର ପାଇଁ କୁନି ପ୍ରଧାନ , ପଶ୍ଚିମ ବାଙ୍କୀ ବୈଦେଶ୍ୱର ଜୋନ୍ ୩୪ ନମ୍ବର ପାଇଁ ଗୀତାଞ୍ଜଳି ସ୍ୱାଇଁ , ବ୍ରହ୍ମପୁରା ଜୋନ୍ ୩୫ ନମ୍ବର ପାଇଁ ରମେଶ ସେନାପତି , ପୂର୍ବ ବାଙ୍କୀ ଡମପଡା ଜୋନ୍ ୩୮ ନମ୍ବର ପାଇଁ ପ୍ରଶାନ୍ତ ମହାନ୍ତି , ଉତ୍ତର ବାଙ୍କୀ ସରଣ୍ଡା ଜୋନ୍ ୩୬ ନମ୍ବର ପାଇଁ ଗୀତାଞ୍ଜଳି ପଣ୍ଡା ଏବଂ ବାରଙ୍ଗ ଜୋନ୍ ୩୯ ନମ୍ବର ପାଇଁ ମଣ୍ଟୁ ମାଝୀ ଙ୍କୁ ପ୍ରାର୍ଥୀ ଭାବରେ ଚୟନ କରା ଯାଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *