ନାମାଙ୍କନ ପତ୍ର ଦାଖଲ କଲେ ଯୁବ ସାମ୍ବାଦିକ ତଥା ସମାଜସେବୀ ଅଜିତ କୁମାର ସାହୁ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବହୁ ବାଦ ବିବାଦ ପରେ ଜନସାଧାରଣ ଙ୍କ ସ୍ୱାର୍ଥ ନିମନ୍ତେ ସରକାରଙ୍କ ପ୍ରଣୀତ ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ଶପଥ ନେଇଛନ୍ତି ଯୁବ ସାମ୍ବାଦିକ ତଥା ସମାଜସେବୀ ଅଜିତ କୁମାର ସାହୁ । ଚିଲିକା ବ୍ଲକ ଅଠର ବାଟିଆ ଗ୍ରାମ ପଞ୍ଚାୟତ ପାଇଁ ସ୍ୱାଧୀନ ଭାବରେ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି .

ଚିଲିକା ଅଞ୍ଚଳର ଜଣେ ସଚୋଟ ସାମ୍ବାଦିକ ଭାବେ ଜଣାଶୁଣା ଶ୍ରୀ ସାହୁ ଆଗାମୀ ଦିନରେ ନିସ୍ଵାର୍ଥପର ଭାବେ ଜନସାଧାରଣ ଙ୍କ ସେବା ଓ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜନ ସାଧାରଣ ଙ୍କୁ ବିଶ୍ୱାସ ଦେଇଛନ୍ତି .ଅନୁରୂପ ଭାବେ ପଞ୍ଚାୟତର ଜନସାଧାରଣ ଙ୍କୁ ଭୋଟ ପାଇଁ ନ୍ୟାୟ ଭିକ୍ଷା କରିବା ସହ ଆଗାମୀ ଦିନରେ ଅଠରବାଟିଆ ପଞ୍ଚାୟତକୁ ସ୍ମାର୍ଟ ପଞ୍ଚାୟତ ଭାବେ ଗଢି ତୋଳିବା ଏବଂ ପ୍ରତିଟି ଯୋଗ୍ୟ ହିତାଧିକାରୀ ଙ୍କୁ ସରକାର ଙ୍କ ଯୋଜନାରେ ସାମିଲ କରିବା ତାଙ୍କର ପ୍ରାଥମିକତା ବୋଲି ଶ୍ରୀ ସାହୁ କହିଛନ୍ତି ଏବଂ ପ୍ରତ୍ୟେକଟି ମୁହୁର୍ତରେ ସାଧାରଣ ଜନତା ଙ୍କ ସୁଖ ଦୁଃଖର ଭାଗିଦାରୀ ହେବା ସହ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟର ହାତ ବଢେଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *