ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ କଂଗ୍ରେସ ର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜାତୀୟ କଂଗ୍ରେସ ତରଫରୁ ପ୍ରାର୍ଥୀ ଭାବରେ ୨ , ୩ , ୯ , ୧୦,୧୧ ଓ ୧୨ ନମ୍ବର ଜୋନରେ ଯଥାକ୍ରମେ ଧରିତ୍ରୀ ପାଇକରାୟ, ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ, ଚନ୍ଦ୍ରକାନ୍ତ ମହାରଥୀ, ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ, ରେଣୁବାଳା ବେହେରା ଓ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ (କନିଷ୍ଠ), ନଗର କଂଗ୍ରେସ ସଭାପତି ରଣଜିତ୍ ମହାପାତ୍ର, ଖୋରଧା ବ୍ଲକ୍ କଂଗ୍ରେସ ସଭାପତି ବିଶ୍ୱ ଭୁଷଣ ଛୋଟରାୟ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଅମିତ ମହାନ୍ତି, ଜିଲ୍ଲା କଂଗ୍ରେସ ଉପ-ସଭାପତି ଶିଳାଦିତ୍ୟ ପଟ୍ଟନାୟକ, ପଦ୍ମ ଚରଣ ରାଏ, ପ୍ରଦୋଷ ହରିଚନ୍ଦନ, ପ୍ରଦୋଷ ସାହୁ, କିଶୋର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *