ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ତରଫରୁ ପାରଳାରେ ରିକ୍ସା ଚାଳକଙ୍କୁ ରାସନ ବଣ୍ଟନ !!!

0
180

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟ ପକ୍ଷରୁ ରିକ୍ସା ଚାଳକ ଙ୍କୁ ରାସନ ସାମଗ୍ରୀ ସମେତ ପୋଷାକ ଆଦି ବଣ୍ଟନ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସରକାରଙ୍କ ଦ୍ଵାରା କଟକଣା ଜାରି କରା ଯାଇଛି । ସେଥିରେ ବିଶେଷ ଭାବରେ ରିକ୍ସା ଚାଳକମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି । ଏହା କୁ ଦୃଷ୍ଟି ରେ ରଖି ଜୟ ଅଫ ଗିଭିଙ୍ଗ ଟ୍ରଷ୍ଟର ନିହାର ପଣ୍ଡାଙ୍କ ନେତୃତ୍ୱରେ ସହରର 16 ଜଣ ରିକ୍ସା ଚଳକଙ୍କୁ ଚାଉଳ, ତେଲ, ସାବୁନ, ମାସ୍କ, ସାନିଟାଇଜର, ପୋଷାକ, ଗାମୁଛା ଆଦି ପ୍ରଦାନ କରାଯାଇଛି । ଏହି ସବୁ ସାମଗ୍ରୀ କିଣିବା ପାଇଁ ପାରଳାଖେମୁଣ୍ଡି ର ବିଜୟ ଲକ୍ଷ୍ମୀ ସାହୁ, ସୁଜାତା ପାଢ଼ୀ, ମଦିନା ମସଜିଦ, ଆନ୍ଧ୍ରର ଟେକିଲି ଗ୍ରାମର ଭି. ଭେଙ୍କେଟେଶ୍ ପ୍ରମୁଖ ଆର୍ଥିକ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶୈଳେନ୍ଦ୍ର କୁମାର ଯୋଗଦେଇ ରିକ୍ସା ଚାଳକଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here