ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ତିର ଏକ ଅଗ୍ରଣୀ ସାମାଜିକ ସଂଗଠନ – ଜୟ ଅଫ ଗିଭିଙ୍ଗ . ପାରଳାଖେମୁଣ୍ତି ଅଞ୍ଚଳରେ ଜାରି ରଖିଛନ୍ତି ଗରିବ ତଥା ନିଃସହାୟ ଲୋକଙ୍କ ପାଇଁ ନିଜ ନିସ୍ଵାର୍ଥପର ସେବା . ଅନୁଷ୍ଠାନର ସଦସ୍ୟ ପାଲଟିଲେ ଅସହାୟ ବୃଦ୍ଧାଙ୍କ ପାଇଁ ଦେବଦୂତ . ସୂଚନା ଅନୁଯାୟୀ ଜଣେ ୭୫ ବର୍ଷୀୟା ବୃଦ୍ଧା ନିଜ ଅସୁସ୍ଥତା ପାଇଁ ସ୍ଥାନୀୟ ହସପିଟାଲ ବାରଣ୍ତାରେ ଶୋଇଥିଲେ . ମହିଳାଙ୍କର ଅସହାୟ ଅବସ୍ଥା ସମ୍ପର୍କରେ ଜାଣିପାରି ଜୟ ଅଫ ଗିଭିଙ୍ଗ ର କର୍ମୀମାନେ ସେହି ମହିଳା ସାବିନା ତସଲିମା ବିବି ଙ୍କ ସେବା ଜାରି ରଖିଛନ୍ତି . ପାରଳାଖେମୁଣ୍ତିର ୬ନମ୍ବର ୱାର୍ଡର ବାଗଟି ସାହିର ବାସିନ୍ଦାଙ୍କ ପରିବାର ଲୋକଙ୍କୁ ଖବର ମଧ୍ୟ ଦେଇଥିଲୋ . ତେବେ ଦୁଃଖର ବିଷୟ ସେ ବୃଦ୍ଧାଙ୍କ ପରିବାର ର କୌଣସି ସଦସ୍ୟ ଡାକ୍ତରଖାନାକୁ ଆସିଲେ ନାହିଁ . କରୋନା ସଂକ୍ରମଣକୁ ଆଳ କରି ନିଜ ଲୋକଙ୍କ ସେବା କରିବା ପାଇଁ ଭୁଲିଗଲେ . ତେବେ ସଂଗଠନର କର୍ମୀମାନେ ଉକ୍ତ ମହିଳା ଦାୟିତ୍ୱ ନେଇ ଚିକିତ୍ସା କରାଇଥିଲେ . ତେବେ କିଛି ଦିନ ଚିକିତ୍ସା ଚାଲିବା ପରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା କଥା କହିଛନ୍ତି ସଂଗଠନର ମୁଖ୍ୟ ନିହାର ପଣ୍ତା . ତେବେ ବୃଦ୍ଧାଙ୍କର ନିଜ ଲୋକ କେହି ତାଙ୍କର ଦାୟିତ୍ୱ ନେବା ପାଇଁ ଆସୁନଥିବାରୁ ସୁସ୍ଥ ହେବା ପରେ ତାଙ୍କୁ ଵୃଦ୍ଧାଶ୍ରମରେ ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି ସଂଗଠନର ସଦସ୍ୟ . ସଂଗଠନର କର୍ମୀ ପରଭିନ ଓ ତପନ ଡାକ୍ତରଖାନାରେ ରହି ଚିକିତ୍ସାରେ ସହଯୋଗ କରୁଛନ୍ତି .