ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ଉଦଘାଟନ !

0
378

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ବ୍ରହ୍ମପୁର ସାଂସଦ ଦିନିକିଆ ଗସ୍ତରେ ଆସି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଶୁଭ ଉଦଘାଟନ କରିଥିଲେ । ସାଂସଦ ଶ୍ରୀ ସାହୁ ପାରଳାଖେମୁଣ୍ଡିରେ ପହଞ୍ଚି ପାରଳା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ . ବଜାର ଛକ ନିକଟରେ ଥିବା ଗୋପାଳ କୃଷ୍ଣ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଭକ୍ତକବି ନାମରେ ନାମିତ ହୋଇଥିବା ନୂତନ ପାଠାଗାର ଗୃହର ଉଦଘାଟନ କରିଥିଲେ ।

11ନମ୍ବର ୱାର୍ଡ ନିକଟସ୍ଥ ସଙ୍କୁରି ପୋଖରୀ ନିକଟରେ ନବନିର୍ମିତ ଶୌଚାଳୟ, ଲକ୍ଷ୍ମୀ ନଗର ଏକ ଲାଇନରେ ଏଲିଡି ଲାଇଟର ଆଲୋକୀକରଣ , ହାତପଦା ଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନବ ନିର୍ମିତ କୋଠା, 1 ଓ 2 ୱାର୍ଡରେ ନବନିର୍ମିତ ପରିଚୟ ଗୃହ, ବେତାଗୁଡା ଠାରେ ନବନିର୍ମିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଗୁମ୍ମା ବ୍ଳକ ଅନ୍ତର୍ଗତ ସେରଙ୍ଗ ଠାରେ ଏଲଏସଡିଏ ତରଫରୁ ନବ ନିର୍ମିତ ସୂଚନା ଓ ସାଂସ୍କୃତିକ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ନାରାୟଣ ରାଓ, ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା କ୍ରୀଡା ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, କାଶୀ ନଗର ବ୍ଳକ ଅଧ୍ୟକ୍ଷ ସିଏଚ ସୀମାଦ୍ରୀ, ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ଙ୍କ ସମେତ ବହୁ ପଦାଧିକାରୀ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here