ମନ୍ତ୍ରୀ ଙ୍କ ସାମ୍ବାଦିକ ସମିଳନୀ !!!

0
207

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଳାର ସାର୍ବଜନୀନ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ ର ଗ୍ରାମ ପଞ୍ଚାୟତ ମାନଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୯୬.୯୩ କୋଟି ଟଙ୍କାର ଏକ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କୁ ହାଇଦ୍ରାବାଦ ର ମେଗା ଇନଫ୍ରାଷ୍ଟ୍ରକ୍ଚର କୁ ଟେଣ୍ଡର ଦିଆଯାଇଛି । ଯାହାକି ଆସନ୍ତା 2 ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମୟ ଆକଳନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଗଁଦିଆ, ଢେଙ୍କାନାଳ ସଦର, ଭୁବନ ଏବଂ କାମାକ୍ଷାନଗର ବ୍ଲକର ବିଭିନ୍ନ ପଞ୍ଚାୟତକୁ କୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଏକ ସାମ୍ବାଦିକ ସମିଳନୀ ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଢେଙ୍କାନାଳ ସହର ମଧ୍ୟରେ ଥିବା ପୁରୁଣା ମେଡିକାଲ ଏବଂ ବସଷ୍ଟାଣ୍ଡ ର ଉନ୍ନତିକରଣ ପାଇଁ ମଧ୍ୟ ମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here