ସଡକ ସୁରକ୍ଷା କମିଟି ବୈଠକ !!!

0
183

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା କରି ଦୁର୍ଘଟଣାକୁ କିପରି ରୋକାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିନା ଲାଇସେନ୍ସରେ ଦୁଇ ଚକିଆ ଯାନ ଚାଳନ କରୁଥିବା ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ଆଦାୟ କରିବାକୁ ପରାମର୍ଶ ଦେଇଥିଲେ । ତତ ସହିତ ଲୋକଙ୍କୁ ବ୍ୟାପକ ସଚେତନତା, ବିଭିନ୍ନ ଛକ ଜାଗାରେ ଟ୍ରାଫିକ ଲାଇଟ ବ୍ୟବସ୍ଥା, ଦ୍ରୁତଗତିରେ ଚାଳନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଠିକ ଭାବେ ଗାଡି ଚଳାଇବା ପାଇଁ ପରାମର୍ଶ ଦେବା, ବିନା ହେଲମେଟ ଓ ମଦ୍ୟପାନ କରି ଗାଡି ଚଳାଉ ଥିବା ଲୋକଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି କୋଭିଡ଼ ସମୟରେ ଲକ ଡାଉନ ଓ ସଟ ଡାଉନ ଚାଲିଥିବା ବେଳେ ସଡକ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇ ଦୀର୍ଘ ଦିନ ହେଲା ଏହା ନିୟନ୍ତ୍ରଣରେ ଥିଲା ତେବେ ଏହି କଟକଣା ଉଠିଯିବା ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ସୂଚନା ଦେଇଥିଲେ । ଏହାକୁ ହ୍ରାସ ଓ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସହ ଅମାନିଆ ଓ ସଡକ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଅନୁପମ ସାହା କହିଥିଲେ । ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସଡକ ଦୁର୍ଘଟଣା ଓ ଏଥିରେ ମୃତାହତ ସଂଖ୍ୟା ତଥ୍ୟ ଓ ସଡକ ଦୁର୍ଘଟଣା ରୋକାଯିବା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଉପସ୍ଥିତ ରହି ବିଶେଷ କରି ଦୁଇଚକିଆ ଯାନରେ ଦୁର୍ଘଟଣାଗ୍ରସ୍ତ ଅଧିକା ହେଉଥିବା ଦ୍ରୁତ ଗତିରେ ଗାଡି ଚଲାଇବା ବିନା ହେଲମେଟରେ ଗାଡି ଚାଲାଇବା ଓ ମଦ୍ୟପାନ କରି ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରକାଶ କରିଥିଲେ . ବୈଠକରେ ରାସ୍ତା କୋଠା ବାଡ଼ି ନିର୍ମାଣ ନିର୍ବାହୀ ଅଧିକାରୀ, ଜାତୀୟ ସଡକ ନିର୍ବାହୀ ଯନ୍ତ୍ରୀ,ପୋଲିସ ଅଧିକାରୀ,ଆରଡି ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here