ବାଣପୁର ଫ୍ୟୁଜ କଲ ଅଫିସ ସାମ୍ନାରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲୁଟିନେଲେ ଦୁର୍ବୁତ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଫ୍ୟୁଜ କଲ ଅଫିସ ସାମ୍ନାରୁ ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲୁଟି ନେଇଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ମୁତାବକ ଗମ୍ଭାରୀମୁଣ୍ଡା ଟିପିସିଓଡ଼ିଏଲ ଫ୍ୟୁଜ କଲ ଅଫିସ ସମ୍ମୁଖରୁ ଶନିବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଅଫିସ ଭିତରେ ଥିବା କର୍ମଚାରୀଙ୍କୁ ବାହାର ପଟୁ ତାଲା ପକାଇ କମ୍ପାନୀର ଏଲଟି କେବୁଲ ଏବଂ ବେଆର କଣ୍ଡକ୍ଟର ଗୁଡିକୁ ଏକ ଟାଟା ଏସି ଗାଡ଼ିରେ ଲୋଡ଼ କରି ନେବା ସହ ଏକ ଆଲ୍ଟୋ କାରରେ ଫେରାର ହୋଇ ଯାଇଥିଲେ । ଏ ନେଇ ସ୍ଥାନୀୟ ସିସି ଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ କମ୍ପାନୀ ଅଧିକାରୀ ଜାଣିବାକୁ ପାଇଥିଲେ । ଚୋରି ହୋଇଥିବା ବୈଦ୍ୟୁତିକ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଟିପିସିଓଡ଼ିଏଲ ନାଚୁଣୀ ଜେଇ ପ୍ରକାଶ ପଟ୍ଟନାୟକ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଅନୁରୂପ ଭାବେ ଦୁର୍ବୁତ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *