ହରଭାଙ୍ଗି ଜଳ ଭଣ୍ଡାର ରେ ଛଡ଼ାଗଲା ଅଙ୍ଗୁଳିକା ଯାଆଁଳା : ଉପକୃତ ହେବେ ମତ୍ସ୍ୟଜୀବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ହରଭାଙ୍ଗି ଜଳ ଭଣ୍ଡାର ରେ ମତ୍ସ୍ୟ ବିଭାଗ ପକ୍ଷରୁ ଅଙ୍ଗୁଳିକା ଯାଆଁଳା ଛଡ଼ା ଯାଇଛି । ମତ୍ସ୍ୟ ବିଭାଗ ର ସରକାରୀ ଫାର୍ମରୁ ପ୍ରଥମ ଥର ଜାନୁୟାରୀ ୩୧ ତାରିଖରେ 26,000 ଉନ୍ନତ ମାନର ଅଙ୍ଗୁଳିକା ଯାଆଁଳା ଓ ୨ ଫେବୃୟାରୀରେ ଦ୍ୱିତୀୟ ପର୍ଯ୍ୟାୟ 28,500 ଅଙ୍ଗୁଳିକା ଯାଆଁଳା ଛଡା ଯାଇଥିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଆଦିବାସୀ ପ୍ରାଥମିକ ସମବାୟ ସମିତିର ସଦସ୍ୟ ମାନଙ୍କ ଗହଣରେ ଛଡାଗଲା । ଏହା ଦ୍ୱାରା ଚାରି ହଜାର ମତ୍ସ୍ୟଜୀବୀ ଉପକୃତ ହୋଇ ପାରିବେ ବୋଲି ବିଭାଗ ପକ୍ଷରୁ ଜଣା କୁହାଯାଇଛି । ଏହା ଯୋଗୁଁ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାଇବେ । ଡେ଼ପୁଟି ଡ଼ାଇରେକ୍ଟର (ଗଞ୍ଜାମ) ମତ୍ସ୍ୟ ବିଭାଗ ହେମନ୍ତ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭିକ୍ଟୋରିୟା ଖାନ, ସହକାରୀ ମତ୍ସ୍ୟ ଅଧିକାରୀ ଲିସା ବେହେରା, ମତ୍ସ୍ୟ ସଂପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ଶବର, ଫାର୍ମ ମ୍ୟାନେଜର ଦେବାଶିଷ ସ୍ୱାଇଁ ଓ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *