କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜ ସେବା, ତ୍ୟାଗ, ଦେଶ ଜାତି ପାଇଁ କର୍ତ୍ତବ୍ୟ, ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ବହୁବିଧ କାର୍ଯ୍ୟ ଆଦି ସମସ୍ତ ଶୋଭାନୀୟ ଚିନ୍ତା ଚେତନାକୁ ବିଚାର କଲେ ସର୍ବୋପରି ଦେଶ ସେବକ ଉତ୍କଳ ମଣି ପୂଜ୍ୟ ଗୋପବନ୍ଧୁ ଦାସଙ୍କ ମହତ୍ ବାଣୀ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାସୀ ଚାଲି ଯଆନ୍ତୁ ପିଠିରେ । ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ” ମନେପଡେ , ଆଉ ପ୍ରାଣ ସେବା ଦିଗରେ ବ୍ରତୀ ହୋଇଯାଏ । ଏହି ମାନବୀୟ ଚେତନାରେ ସମର୍ପିତ ପ୍ରାଣ ଅନେକ ସାଧକଙ୍କ ମଧ୍ୟରୁ ପିତା ଶିକ୍ଷାବିତ ଦେବେନ୍ଦ୍ର ମହାଳି, ମାତା ଧର୍ମପ୍ରାଣା ପାର୍ବତୀ ମହାଳିଙ୍କ ସୁପୁତ୍ର ସାରସ୍ଵତ ସାଧକ ଯୁବ ସମାଜସେବୀ ପ୍ରଦୀପ୍ତ ମହାଳି ଅନ୍ୟତମ । ପ୍ରଦୀପ୍ତଙ୍କ ଜନ୍ମ ୧୯୭୬ ମସିହା କେଶପୁର, କନ୍ଦରପୁର କଟକ ସଦର ମାଟିରେ ହୋଇଥିଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସେବା ପ୍ରତି ଆନ୍ତରିକା, ଗାଁ ମାଟିକୁ ଭଲପାଇବା ଏହିପରି ଅନନ୍ୟ ସେବାରେ ବଡ଼ ପୁରୁଷ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ । ନିଜ ଅଞ୍ଚଳର ବିକାଶ, ଗ୍ରାମାଞ୍ଚଳ ପାଠାଗାର ଆନ୍ଦୋଳନକୁ ତ୍ଵରାନିତ କରିବା, ପୂଜ୍ୟପୂଜା, ଶିଶୁ ପ୍ରତିଭାର ବିକାଶ ଦିଗରେ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ସେବା, ଦରିଦ୍ର ନାରାୟଣଙ୍କ ସେବା, ରୋଗୀ ସେବା, ବାଳାଶ୍ରମ ଓ ଜରା ନିବାସରେ ଆବଶ୍ୟକତା ଅନୁଯାୟୀ ସେବା ସହଯୋଗ, ରାଜନୀତି କ୍ଷେତ୍ରରେ ଗବେଷଣା ସହ ଲୋକପ୍ରିୟତା, କରୋନା ଯୋଦ୍ଧା ଭାବେ ମହାମାରୀ ସମୟରେ ସେବାକାର୍ଯ୍ୟ ବହୁ ଅଞ୍ଚଳରେ ବିଶୋଧନ କାର୍ଯ୍ୟ, କରୋନା ସଚେତନତା ସହ ମାସ୍କ ଓ ସାନିଟାଇଜର ବଣ୍ଟନ, କଳା ସାହିତ୍ୟ ଓ ସଂସ୍କୃତିର ବିକାଶର ଧାରାକୁ ବଜାଇ ରଖିବାରେ ସେ ସଦା ସର୍ବଦା ନିମଗ୍ନ ଓ ସମର୍ପିତ ପ୍ରାଣ । ଛାତ୍ର ଜୀବନରୁ ଏହି ମହନୀୟ ଭାବଧାରାକୁ ଆପଣାଇ ଥିବା ବ୍ୟକ୍ତିତ୍ଵ ପ୍ରଦୀପ୍ତ ନିଜର ସାଧନାର ସିକୃତୀ ସ୍ୱରୂପ ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ଆଉ ଯୁବପୀଢ଼ି ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଏହି ଉଦାର ପ୍ରାଣ ତଥା ସମାଜ ସଂସ୍କାରକ ଯୁବ ସୁଲଭ ପ୍ରତିଭା ପ୍ରଦୀପ୍ତଙ୍କ ଚଲାପଥ କୁସୁମିତ ହେଉ , ସମସ୍ତ ସ୍ୱପ୍ନ ସାକାର ହେଉ ଏତିକି କାମନା ।
ଅନନ୍ୟ ଆଦର୍ଶ ଓ ସେବାର ପ୍ରତୀକ : ସମାଜ ସଂସ୍କାରକ ପ୍ରଦୀପ୍ତ ମହାଳି !!!

