ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପୂର୍ବତନ ସରପଞ୍ଚଙ୍କ ପିତା ମୃତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଦକ୍ଷିଣ ପାର୍ଶ୍ଵ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ବୃଦ୍ଧ ମୃତ । ଘଟଣାରୁ ପ୍ରକାଶ ଯେ ଆଜି ସମଲ ଥାନା ବିକିସର ଗ୍ରାମର ରବି ବେହେରା (୬୪) ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବାରଣ କରିଛନ୍ତି । ଘଟଣା ସ୍ଥଳରେ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଛନ୍ତି । ଖବର ପାଇ ସମଲ ଥାନା ଅଧିକାରୀ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ତାଳଚେର ମେଡିକାଲକୁ ପଠାଇଥିଲେ । ଶ୍ରୀଯୁକ୍ତ ବେହେରା ଜଣେ ପରୋପକାରୀ ମଣିଷ ଥିଲେ । ତାଙ୍କ ପୁତ୍ର ପ୍ରତାପ ଚନ୍ଦ୍ର ବେହେରା ୨୦୦୨ – ୨୦୦୭ ପର୍ଯ୍ୟନ୍ତ ସମଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଥିଲେ । ରବି ବେହେରା ଙ୍କ ମୃତ୍ୟୁ ରେ ସମଗ୍ର ବିକିସର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ୱାର୍ଡ ସଭ୍ୟା ଶ୍ରୀମତୀ ତୃପ୍ତିମୟୀ ନନ୍ଦ ଓ ସମାଜସେବୀ ଅଶ୍ୱିନୀ ଦେବତା ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *