ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରି ଦିନ ଧରି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮ ଗୋଟି ଟିମ୍ ଭାଗ ନେଇଥିବା ବେଳେ ବ୍ଲାକ ଟାଇଗର ଟିମ୍ ୧-୦ ଗୋଲ୍ ରେ ବିଜୟ ଲାଭ କରିଛି । ସମସ୍ତ ମ୍ୟାଚ୍ ଗୁଡିକ ନକଆଉଟ୍ ହୋଇଥିବାରୁ ପରସ୍ପର ଟିମ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା । ତେବେ ଅନ୍ତିମ ପର୍ଯ୍ୟାୟରେ ବ୍ଲାକ ଟାଇଗର ଏବଂ କେଦାରନାଥ ଟିମ୍ ପରସ୍ପର ସହ ଫାଇନାଲ୍ ମ୍ୟାଚରେ ସାମ୍ନା ସାମ୍ନି ହୋଇଥିଲେ । ଉକ୍ତ ମ୍ୟାଚରେ ବ୍ଲାକ ଟାଇଗର ଟିମ୍ ର ଅଧିନାୟକ ପିତବାସ ଜାଲି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଉପରେ ଏକ ଚିତାକର୍ଷକ ଗୋଲ ଦେଇ ଟିମକୁ ବିଜୟ ଲାଭ କରାଇଥିଲେ । ଅନୁଷ୍ଠିତ ମ୍ୟାଚରେ ରାଜ୍ୟସ୍ତରୀୟ କ୍ରୀଡ଼ାବିତ ହେମନ୍ତ ବେହେରା ଖେଳ ପରିଚାଳନା କରିଥିବା ବେଳେ ଶାଳିଆ ପ୍ରେସ କ୍ଳବ ସଭାପତି ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଟିମ୍ ଏବଂ ରନର୍ସ ଅପ୍ ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପିତବାସ ଜାଲି ଏବଂ ପ୍ଲେୟାର ଅଫ୍ ଦ ସିରିଜ୍ ସଞ୍ଜୟ କୁମାର ଜାଲିଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।
ଚିଲିକାରେ ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ !!!

