ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ସରଗରମ ଥିବା ସମୟରେ ପ୍ରଶାସନ ପକ୍ଷରୁ ପୋଷ୍ଟର ବ୍ୟାନର ହଟାଯିବାକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା . ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନମ୍ବର ଜୋନ ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୀତାଞ୍ଜଳୀ ସ୍ଵାଇଁଙ୍କର ବ୍ୟାନର କୁ ବାଙ୍କୀ ପ୍ରଶାସନ ତରଫରୁ ହଟାଯିବା ପରେ ଖଜୁରୀପଦା ଗ୍ରାମରେ ଦେଖା ଦେଇଛି ଚାପା ଉତ୍ତେଜନା . ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ହେଉଥିବାରୁ ଏସବୁ ବ୍ୟାନର ହଟା ଯାଇଥିବା କଥା ବାଙ୍କୀ ପ୍ରଶାସନ ତରଫରୁ ପ୍ରକାଶ ପାଇଥିବା ସମୟରେ , ଉଦ୍ଦେଶ୍ୟମୂଳକ ଭାବରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କର ବ୍ୟାନର ଚିରା ଯାଇଥିବା ଅଭିଯୋଗ ଆଣିଛନ୍ତି ନୂଆଗାଁ ବାସିନ୍ଦା .
କଂଗ୍ରେସ ପ୍ରାର୍ଥୀଙ୍କ ବ୍ୟାନର ଚିରା କୁ ନେଇ ଉତ୍ତେଜନା !!!

