ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାତି ପାହିଲେ ଭୋଟ ଦେବେ ଭୋଟର . ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା କାଲି ଅନୁଷ୍ଠିତ ହେବ . ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଜୋରସୋରରେ ଉଦ୍ୟମ ଚଲାଇଛନ୍ତି . ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଧଳାପଥର ପଞ୍ଚାୟତରେ ଏଥର ଦେଖିବାକୁ ମିଳିଛି ପରିବର୍ତ୍ତନର ନାରା . ବିଗତ ଦଶ ବର୍ଷରେ ହୋଇଥିବା ମାତ୍ରାଧିକ ଦୁର୍ନୀତିରେ ଅତିଷ୍ଠ ହୋଇ ଲୋକେ ନୂଆ ପ୍ରତିନିଧି ବାଛିବା ପାଇଁ ମନସ୍ଥ କରିଥିବା ଜଣାପଡିଛି . ଧଳାପଥର , ଗୋପୀନାଥପୁର , ଠଣାପଲ୍ଲୀ ଏବଂ କୋଦୁଅବେରେଣୀ ଗ୍ରାମକୁ ନେଇ ଗଠିତ ଧଳାପଥର ପଞ୍ଚାୟତରେ ଚଳିତ ଥର ପ୍ରାୟ ତିନି ହଜାରରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ . ଶାସକ ଦଳର ସମର୍ଥିତ ଦୁଇ ସମାନ୍ତରାଳ ଗୋଷ୍ଠୀ ପରସ୍ପରର ପ୍ରତିଦ୍ୱନ୍ଦୀ ହୋଇଥିବା ସମୟରେ ବିଜେଡିରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରଦୀପ ସାହୁଙ୍କ ସମର୍ଥକଙ୍କ ପଲ୍ଲା ଭାରି ରହିଛି . ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କର ସ୍ୱେଚ୍ଛାଚାରିତା ଏବଂ ଦୁର୍ନୀତିଖୋର ପ୍ରକୃତି କାରଣରୁ ଚଳିତ ଥର ଜନମତ ନୂଆ ପ୍ରାର୍ଥୀଙ୍କ ସପକ୍ଷରେ ଯିବା ସ୍ପଷ୍ଟ ହୋଇଛି . ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏଥର ଶୁଣିବାକୁ ମିଳୁଛି ଗୋଟିଏ ସ୍ୱର , ପରିବର୍ତ୍ତନ ମୁଡ଼ ରେ ଭୋଟର .