ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାମ୍ବାଦିକ ଆଦିତ୍ୟ ରଣସିଂହ ଏବଂ ସାମାଜିକ କର୍ମୀ ଭଗବାନ ସ୍ୱାଇଁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କଲେ ଗ୍ରାମବାସୀ . ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାକୁ ବିତି ଯାଇଛି ଦୁଇ ବର୍ଷ . ନିର୍ମମ ହତ୍ୟାକାଣ୍ଡର ଶୀକାର ହୋଇଥିବା ସାମାଜିକ କର୍ମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକ ଆଦିତ୍ୟ ରଣସିଂହ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଗ୍ରାମବାସୀ . ଆଦିତ୍ୟ ରଣସିଂହ ଅମର ରହେ , ଭଗବାନ ସ୍ୱାଇଁ ଅମର ରହେ ଧ୍ୱନୀରେ କମ୍ପିଲା ପୁରା ଗାଁ ଦାଣ୍ଡ . ଗ୍ରାମର ଶତାଧିକ ପୁରୁଷ ମହିଳା ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଉଭୟଙ୍କ ପ୍ରତୀମୂର୍ତ୍ତୀ ପାଖରେ ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ .


