ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିକାଶର ଚିହ୍ନ ଚାଳ ଘର , ନାଁ ନାଁ ଏହା ନିର୍ବାଚନୀ ଚିହ୍ନ ନୂହେଁ ମ . ବିକାଶ ବିକାଶ ପାଟି କରି ପଞ୍ଚାୟତରେ ଭୋଟ ମାଗୁଥିବା ନେତାଙ୍କୁ ବାସ୍ତବ ବିକାଶର ନଗ୍ନ ଉଦାହରଣ ଦେଖାଇଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ . ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ସମୟରେ ଜମିବାରେ ଲାଗିଛି ପ୍ରଚାର . ବାଙ୍କୀ ନିର୍ବାଚନ ମଣ୍ଡଳୀରେ ନିଜ ସମର୍ଥକଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ନେତା ଅଜୟ ସ୍ୱାଇଁ . କଦଳୀବାଡ଼ି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ଲଢ଼ୁଥିବା ପୂର୍ଣ୍ଣିମା ମହାରଣା ଙ୍କ ପାଇଁ ଡୋର କ୍ୟାମ୍ପେନ କରି ଦୁର୍ନୀତି କୁ ହଟାଇବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା ଅଜୟ ସ୍ୱାଇଁ . ପ୍ରଚାର ସମୟରେ ଗ୍ରାମରେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ଭଙ୍ଗା ଚାଳ ଛପର ଘର ଆଗରେ ଠିଆ ହୋଇ , ବିକାଶର ନାରା ଦେଇ ପ୍ରଚାର କରୁଥିବା ଦଳକୁ କଟାକ୍ଷ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ପୂର୍ଣ୍ଣିମା ମହାରଣା .
ପ୍ରଚାର ମୈଦାନରେ ବାଙ୍କୀ ବିଜେପି ନେତା ଅଜୟ ସ୍ୱାଇଁ !!!

