ବାଡ଼ ଖାଇଗଲା ଫସଲ : ନାଚୁଣୀରେ ନିଜ କମ୍ପାନୀର ୩୨ ଲକ୍ଷରୁ ଉର୍ଦ୍ଧ୍ଵ ସୁନାଗହଣା ଲୁଟିନେଲେ କର୍ମଚାରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ପାଖପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ଅଳଙ୍କାରକୁ ଫାଇନାନ୍ସ କମ୍ପାନୀର ମ୍ୟାନେଜର ଏବଂ କର୍ମଚାରୀ ଚୋରି କରିଥିବାର ଜଣାଯାଇଛି । ସୂଚନା ମୁତାବକ ନାଚୁଣୀ ବଜାରସ୍ଥିତ ମନପୁରମ ଆସେଟ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବନ୍ଧକ ସୁନା ଗହଣା ଚୋରି ହୋଇଥିବାର ଅଡିଟ ରିପୋର୍ଟରୁ ଜାଣିବାକୁ ପାଇଥିଲେ ଉପରିସ୍ଥ ଅଧିକାରୀ ଅଜୟ କୁମାର ଲେଙ୍କା । ତେବେ ପରବର୍ତ୍ତୀ ସମୟରେ କମ୍ପାନୀ ତଦନ୍ତ କରିବାରୁ ଉକ୍ତ ଚୋରିରେ ନାଚୁଣୀ ଶାଖା ପ୍ରବନ୍ଧକ ସଚିନ କୁମାର ପ୍ରଧାନ, ସହାୟକ ଶାଖା ପ୍ରବନ୍ଧକ ସାବିତ୍ରୀ ପ୍ରଧାନ ଏବଂ ଶ୍ରୀମନ୍ତ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ସାମିଲ ଥିବାର ଜାଣିବାକୁ ପାଇଥିଲା । ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କମ୍ପାନୀ ପକ୍ଷରୁ ଉକ୍ତ ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଆଜି ପୋଲିସ କେଶ ନମ୍ବର ୮୨/୨୨ ରେ ଏକ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *