ଗୋଶାଣି ବ୍ଳକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ର ମତଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପନ ହୋଇଯାଇଛି । ବୁଥ ରିଗିଂ ଯୋଗୁଁ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ବର 11 ଏବଂ ଅଗର ଖଣ୍ଡି ଗ୍ରାମ ପଞ୍ଚାୟତ ର ୱାଡ଼ ନମ୍ବର 9 ରେ ମତଦାନ ବାଧା ପ୍ରାପ୍ତ ହୋଇଛି । ଏଣୁ ଆଜି 25 ତାରିଖରେ ପୂର୍ବାହ୍ନ 10.00 ଘଣ୍ଟିକା ଠାରୁ ଅପରାହ୍ନ 3.00 ଘଟିକା ପର୍ଯ୍ୟନ୍ତ ଉଭୟ ୱାର୍ଡ ରେ ପୁନଃ ମତଦାନ ହେବ ।

ଏହି ଦୁଇ ୱାର୍ଡ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ନିମନ୍ତେ ସଫଳ ତଥା ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି । ରିପୋର୍ଟ ଅନୁଯାୟୀ ଗୋଶାଣି ବ୍ଳକ ରେ 71.11% ମତଦାନ ହୋଇ ଥିବା ର ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ଗୋଶାଣି ବ୍ଳକର ତାଟିପେଟି ଗ୍ରାମ ପଞ୍ଚାୟତ ରେ ସର୍ବନିମ୍ନ 55% ଓ ରମ୍ପା ଗ୍ରାମ ପଞ୍ଚାୟତ ରେ ସର୍ବାଧିକ 84.8% ମତଦାନ ହୋଇଥିବା ଜଣା ପଡ଼ିଛି । ଗୋଶାଣି ବ୍ଳକ ରେ ଶାନ୍ତିପୂର୍ଣ୍ଣ ତଥା ସଫଳ ମତଦାନ ନିମନ୍ତେ ଜନ ସାଧାରଣଙ୍କ ଅକୁଣ୍ଠ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *