ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ସଦର ମହକୁମାର ଦୁଇ ଜଣ ଯୁବକ ୟୁକ୍ରେନ୍ କୁ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ବେଳେ ଋଷିଆ ପକ୍ଷରୁ ହେଉଥିବା ଆକ୍ରମଣରେ ଦୁଇ ଓଡିଆ ପୁଅ ଫସି ରହିଛନ୍ତି । ଦୁଇ ଓଡିଆ ପୁଅ ଙ୍କୁ ଘରକୁ ଫେରେଇ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି । ସଦର ଥାନା ଅନ୍ତର୍ଗତ ବଡବଜାର (ଓହଳ ) ର ଆଶିଷ କୁମାର ସାହୁ ବୟସ ୨୪ ୟୁକ୍ରେନେ ର କିବି ସହରରେ ଶେଷ ବର୍ଷର ଡାକ୍ତରୀ ଛାତ୍ର , ସେହିପରି ମରିଚପଦା ଗ୍ରାମର ମହମ୍ମଦ ଅନିସ୍ ବୟସ ୨୨ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର ଭାବେ ୟୁକ୍ରେନେ ଭିନେସ୍ଥିୟା ସହରରେ ପାଠ ପଢୁଛନ୍ତି । ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଥିବା ବେଳେ ପିଲାଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପରିବାର ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ବର୍ତ୍ତମାନ ୟୁକ୍ରେନ ଦେଶରେ ନେଟୱାର୍କ ଓ କର୍ଫ୍ୟୁ ଯୋଗୁ ପିଲା ମାନଙ୍କ ସହିତ ଗତ କାଲି ଠାରୁ ଯୋଗାଯୋଗ ହୋଇ ପାରୁ ନଥିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ସେଠାରେ ତାଙ୍କର ପିଲାମାନେ ଖାଇବା ପିଇବା ସହ ସମସ୍ତ ପ୍ରକାର ଅସୁବିଧାରେ ଥିବା କହିଛନ୍ତି ।