କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କଟକ ଅବକାରୀ ବିଭାଗ କୁ ମିଳିଛି ପୁଣି ସଫଳତା । କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସିପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଅଞ୍ଚଳରେ ଅଚାନକ ଭାବେ ଚଢ଼ାଉ କରାଯାଇ ମଦ ଜବତ ହୋଇଥିବା ଜଣାପଡ଼ିଛି । ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଚାନ୍ଦୋଳ ପଞ୍ଚାୟତ କାକତିଆ ଅଞ୍ଚଳର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ (ବାବୁ) ଗିରଫ ହୋଇଥିବା ଜଣାପଡିଛି