ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚିଲିକା ବ୍ଲକରେ ଚାଲିଛି ମତ ଗଣନା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକର ଜୋନ ନମ୍ବର ୪ ର ଜିଲ୍ଲାପରିଷଦ ସଦସ୍ୟ ଓ ଏହି ଜୋନ ଅଧିନସ୍ଥ ମୋଟ ୬ ଟି ପଞ୍ଚାୟତ ଯଥା ହରିପୁର, ନଇରୀ, ବଉଳାବନ୍ଧ, କୁମାଣ୍ଡୋଳପାଟଣା,ବିରିବାଡି, ଆଙ୍କୁଲା, ପଞ୍ଚାୟତର ଆଜି ମତ ଗଣନା ଚାଲିଛି। ଏଥିରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଦସ୍ୟଙ୍କର ମତ ଗଣନା ସିମୀତ ଗଣନାକାରୀଙ୍କ ସହଯୋଗରେ ଚାଲିଥିବାରୁ ଏହି ଗଣନା ସୀମାତିରିକ୍ତ ବିଳମ୍ବିତ ହୋଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଆଜି ସକାଳ ୮ ରୁ ଅଦ୍ୟାବଧି ରିପୋର୍ଟ ଲେଖା ସୁଦ୍ଧା ଉପରୋକ୍ତ ୬ଟି ବିଭିନ୍ନ ପଞ୍ଚାୟତର ୪ରୁ ୫ ଟି ଓ୍ବାର୍ଡର ମତ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ପଦର ପ୍ରତି ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣନା ଶେଷ ହେବାକୁ ରାତି ପାହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ମତଗଣନା ଚାଲିଥିବା ଚିଲିକା ବ୍ଲକ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ଦୋକାନ ବଜାର, ହୋଟେଲ ବନ୍ଦ ରହିଛି। ମତଗଣନା ଶୁଣିବାକୁ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ପ୍ରାର୍ଥୀଙ୍କର ଶୁଭେଛ୍ଛୁ ,ସମର୍ଥକ ଚିଲିକା ବ୍ଲକ ବାହାରେ ସାରା ଦିନ ଅପେକ୍ଷା କରି ଭୋକରେ ଛଟପଟ ହୋଇଥିଲେ। ସେହିଭଳି ମତଗଣନାରେ ନିୟୋଜିତ କର୍ମଚାରୀ, ପୋଲିସ ବଳ, ଗଣ ମାଧ୍ୟମ ପ୍ରତିନିଧିମାନେ ମଧ୍ୟାହ୍ନରେ ଖାଇବା ଲାଗି ଭୀଷଣ ହଇରାଣ,ହୋଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦର ପ୍ରାର୍ଥୀଙ୍କର ଫଳାଫଳ ଗଣତି ସରିଥିବା ସୂଚନା ମିଳୁଥିଲେ ମଧ୍ୟ ଓ୍ବାର୍ଡ ମେମ୍ବର ପଦର ଫଳାଫଳ ବ୍ୟତିରକେ ଅନ୍ୟାନ୍ୟ ପଦର ଫଳାଫଳ ମାଇକ ଯୋଗେଁ ପ୍ରଚାର କରିବାକୁ ଉଦାସୀନ ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ସଠିକ ସୂଚନା ପାଇବାକୁ ଅନ୍ଧାରରେ ରହିଥିଲେ। ଏହି ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବ୍ଲକ ନୀରିକ୍ଷଣରେ ଆସିଥିବାବେଳେ ଅସନ୍ତୁଷ୍ଟ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ହସ୍ତକ୍ଷେପ ଚାହିଁ ଏବାବଦରେ ଜିଲ୍ଲା ପରିଷଦ , ସମିତି ସଭ୍ୟ , ସରପଞ୍ଚ ପଦର ପ୍ରାର୍ଥୀଙ୍କର ଫଳାଫଳ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ ଯୋଗେଁ ସୂଚନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉକି ପାଖ ବାଣପୁର ବ୍ଲକରେ ରହିଥିବା ମତଗଣନା କେନ୍ଦ୍ରରେ ଫଳାଫଳ ଘୋଷଣା ଓ ଅନ୍ୟାନ୍ୟ ସୁବିଧା ବ୍ଲକ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ ରହିଥିବା ବେଳେ ଚିଲିକା ବ୍ଲକରେ ଫଳାଫଳ ଘୋଷଣାରେ ଅବ୍ୟବସ୍ଥା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି? ଆସନ୍ତାକାଲି ଓ ପରବର୍ତ୍ତୀ ଦିନ ମଧ୍ୟ ଆହୁରି ୧୧ ଟି ପଞ୍ଚାୟତର ମତଗଣନା ହେବାକୁ ଅଛି। ଚିଲିକା ବ୍ଲକ ପରିସରରେ ମତଗଣନା ହେବାକୁ ଥିବାରୁ ଚିଲିକା ବ୍ଲକରେ ମତଗଣନା କେନ୍ଦ୍ରରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ସମୟୋଚିତ ସୂଚନା ପ୍ରଦାନ କରିବା ସହ ଏଥିରେ ପୋଲିସ ପ୍ରଶାସନ ସହ ସଂପୃକ୍ତ ସବୁ ସ୍ତରର କର୍ମଜୀବୀ ବ୍ୟକ୍ତି ବିଶେଷଙ୍କୁ ସରକାରୀ ସ୍ତରରେ ଆବଶ୍ୟକ ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ସହଯୋଗ ବ୍ୟବସ୍ଥା କରିବାକୁ ଚିଲିକା ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ ହେଉଛି।

Leave a Reply

Your email address will not be published. Required fields are marked *