ବାଣପୁରରେ ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଶାଳିଆ ଡ୍ୟାମ ଠାରେ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ୧୯୭୫ରେ ମହିଳା ଦିବସ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଲା ପରେ ପ୍ରତି ବର୍ଷ ଏକ ନୂଆ ବିଚାର ଥିମ୍ କୁ ନେଇ ମହିଳା ଦିବସ ପାଳନ ହୋଇ ଆସୁଛି। ଚଳିତ ବର୍ଷର ଥିମ୍ ଥିଲା ‘ଜେଣ୍ଡର ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବଲ ଟୁମୋରୋ’ । କିନ୍ତୁ ଭାରତରେ ଲିଙ୍ଗୀକ ସମାନତା ଏକ ଅସମ୍ଭବ ପ୍ରଶ୍ନ ପରି ଲାଗୁଛି। ବିଶ୍ଵ ଆର୍ଥିକ ଫୋରମ୍ ର ଜେଣ୍ଡର ଗ୍ୟାପ ରିପୋର୍ଟ ଅନୁସାରେ ଭାରତ ୧୪୦ସ୍ଥାନ କୁ ଖସି ମହିଳାଙ୍କ ସ୍ଥିତି ଦର୍ଶାଇ ସାରିଛି। ମହିଳା ଦିବସ ର ପ୍ରାରମ୍ଭିକ ଇତିହାସ ମହିଳା ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଥିଲା ଯେଉଁ ଯାତ୍ରାର ଶେଷ ଏବେବି ହୋଇନି। ଆଜିବି ନାରୀ କାମକୁ ନିକୃଷ୍ଟ ,ମୂଲ୍ୟହିନ ବୋଲି ବିଚାରିବା ପୁରୁଷ ବାଦି ବିଚାରର ସହଜ ପ୍ରବୃତ୍ତି। ଆଜି ଦେଶରେ ଯେଉଁଠି ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର, ଶିକ୍ଷା, କଥା କହିବା, ଜୀବନ ଜୀବିକା ସବୁ କିଛି ବିପନ୍ନ ସେତେବେଳେ ମହିଳା ଦିବସର ଏ ଥିମ୍ ‘ଜେଣ୍ଡର୍ ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବୁଲ ଟୁମୋରୋ’ କଣ ହେବ ଏହା ଏକ ଆହ୍ୱାନ। ଲୀଙ୍ଗିକ ସମାନତା ଆମ ସାମ୍ବିଧାନିକ ମୌଳିକ ଅଧିକାର ସୁରକ୍ଷା ପାଇଁ ନାରୀ ଶକ୍ତି ପ୍ରଦର୍ଶନର ଆବଶ୍ୟକତା ଅଛି।ଏହି ବାର୍ତ୍ତା କୁ ନେଇ ଆଜିର ଆଲୋଚନା ମହିଳା ସମାନତା ଅଧିକାର ଏବଂ ସଂବିଧାନ କୁ ନେଇ ସମ୍ମିଳନୀ ରେ ଚର୍ଚ୍ଚା କରାଯାଇଥିଲା। ଏହି କାର୍ଯକ୍ରମ କୁ ଏକତା ପରିଷଦ ଟ୍ରଷ୍ଟ ର ମୁଖ୍ୟ ସନ୍ଧ୍ୟା ଦେବୀ ସଞ୍ଚାଳନ କରିଥିଲେ। ଅଞ୍ଚଳ ର ମହିଳା ଗ୍ରୁପ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ୩୦୦ରୁ ଉର୍ଦ୍ଧ ମହିଳା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *