ଲଭ ସେକ୍ସ ଧୋକା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଟକୁରା ଗ୍ରାମର ଜ୍ଞାନ ରଂଜନ ସାହୁ ନାମକ ଜଣେ ଯୁବକ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଂଚଳର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ । ପରେ 31.05.2017 ମସିହାରେ କୋର୍ଟ ମ୍ୟାରେଜ କରିଥିଲେ । ପ୍ରାୟ 3 ବର୍ଷରୁ ଉର୍ଦ୍ଧ ଭୁବନେଶ୍ବରରେ ସାଙ୍ଗ ହୋଇ ରହିବାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ । ଯୁବତୀ ଜଣଙ୍କ ଏନେଇ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ପ୍ରେମିକର ଘର ଆଗରେ ଧାରଣାରେ ବସି ରହିଥିଲେ । ପ୍ରେମିକ ଏବଂ ତାଙ୍କର ପରିବାର ଲୋକ ଘରେ ତାଲା ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି । କୋର୍ଟ ମ୍ୟାରେଜ ପରେ ଯୁବକ ଜଣଙ୍କ ଯୁବତୀଙ୍କ ସହିତ ସାଙ୍ଗ ହୋଇ ରହୁଥିଲେ। ଏବଂ ଗର୍ଭବତୀ କରାଇ ଜୋରଜବରଦସ୍ତ ଗର୍ଭପାତ କରାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ । ଏସବୁ ପରେବି ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହିତ ରହିବା ପାଇଁ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *