ଅକ୍ଷମ ହେଲେ ମଧ୍ୟ ସକ୍ଷମ : ତାଳବସ୍ତର ଦିବ୍ୟାଙ୍ଗ ନିରଞ୍ଜନ !!!

0
279

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାଂପ୍ରତିକ ସମୟରେ ଅଧିକାଂଶ ଶିକ୍ଷିତ ଯୁବ ସମାଜ ବେକାରୀ ନାମରେ କୋଉଠି ଚୋରି ଡକାୟତି କଲେଣି ତ କିମ୍ବା ଘରେ ବସି ବାପା ମା ଙ୍କୁ ଧମକାଇ ଟଙ୍କା ଖର୍ଚ୍ଚ କରନ୍ତି । ସେହି ତଥା କଥିତ ଅଳସୁଆ ଲୋକମାନଙ୍କ ପାଇଁ ଡମପଡା ବ୍କକର ତାଳବସ୍ତ (ମଝିସାହି) ଗ୍ରାମର ତିରିଶି ବର୍ଷର ଦିବ୍ୟାଙ୍ଗ ନିରଞ୍ଜନ ବାରିକ ଆଦର୍ଶ ପାଲଟିଛନ୍ତି ।

ନିଜେ ଅଧିକ ଶାରିରୀକ ଶ୍ରମ କରିବାକୁ ଅକ୍ଷମ ଥିଲେବି, କାହା ଉପରେ ବୋଝ ହୋଇ ଚଳିବାକୁ ଚାହିଁ ନାହାନ୍ତି । ବିନା ସାଇକେଲରେ ପ୍ରତିଦିନ ଚାରି / ପାଞ୍ଚ କି.ମି.ପାଦରେ ଚାଲି ଚାଲି ପାଂପଡ ବେପାର କରନ୍ତି । ସେହି ଲାଭାଂଶରେ ନିଜ ଖର୍ଚ୍ଚ ତୁଲାଇବା ସହିତ ବାପାବୋଉ ଙ୍କୁ ମଧ୍ୟ ଘର ଚଳାଇବା ପାଇଁ କିଛି ଦିଅନ୍ତି । ସରକାରଙ୍କ ତରଫରୁ କେବଳ ଦିବ୍ୟାଂଗ ଭତ୍ତା ମିଳୁଛି । କିନ୍ତୁ ମନରେ ତାଙ୍କର ଆଶା ଗାଁ ରେ ଦୋକାନ ଖଣ୍ତେ କରି ଗୋଟେ ସ୍ଥାନରେ ସ୍ଥାୟୀ ଭାବେ ବସିବା ପାଇଁ । ନଚେତ ଟ୍ରାଇ ସାଇକେଲଟିଏ ହେଲେ ସେଥିରେ ବସି ଗାଁ ଗାଁ ବୁଲି ପାଂପଡ ବେପାର କରି ପାରନ୍ତେ !!ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲକ୍ଷାଧିକ ଟଙ୍କା ମଦ ମାଂସରେ ଉଡୁଛି । ସ୍ଥାନୀୟ ପଞ୍ଚାୟତ ମାନଙ୍କରେ ସରପଞ୍ଚ ମାନେ ମନେରଗା ଦୁର୍ନିତିରେ ଲକ୍ଷାଧିକ ଟଙ୍କା ଚଳୁ କରି ଦେଇଛନ୍ତି । କିନ୍ତୁ ନିଜ ଅଂଚଳର ଦିବ୍ୟାଂଗ ନିରଂଜନଙ୍କ ପରି ବହୁ ଅବହେଳିତ ଲୋକଙ୍କ ଉପରେ ନଜର ନ ପଡିବା ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି ।

LEAVE A REPLY

Please enter your comment!
Please enter your name here