ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦିନକୁ ଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୈାର ନିର୍ବାଚନ । ବିଶେଷ କରି ସାତ ନମ୍ବର ଓ୍ୱାର୍ଡ ରେ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାର ଲକ୍ଷ କରାଯାଉଛି । ବିଜେଡି ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ର ନବୀନ ସରକାର ଏବଂ ବିଧାୟକ ଡ.ଅରୁଣ କୁମାର ସାହୁ ଙ୍କ ଉନ୍ନତି ମୁଳକ କାର୍ଯ୍ୟକୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ପ୍ରାର୍ଥୀ ବାପୁଜୀ ସାହୁ ୱାର୍ଡ ର ବିଭିନ୍ନ ସମସ୍ୟା କୁ ଆଧାର କରି ଭୋଟର ଙ୍କ ନିକଟତର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନୁରୂପ ଭାବରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ତଥା ସହରାଞ୍ଚଳର ଅଭାବ ଅସୁବିଧାକୁ ନେଇ ମୈଦାନରେ ନିଜର ପ୍ରାର୍ଥୀ ଛିଡା କରାଇଛି ଜାତୀୟ କଂଗ୍ରେସ ଦଳ !
ସରଗରମ ହେବାରେ ଲାଗିଛି ନୟାଗଡ଼ ପୈାର ନିର୍ବାଚନ !!!

