ସରକାରୀ କାମ ରେ ବାଧା ସୃଷ୍ଟି କଲେ କୁଚକ୍ରୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସରକାରୀ କାର୍ଯ୍ୟ ରେ ବାଧକ ସାଜିଲେ କୁଚକ୍ରୀ l ଜଳସମ୍ପଦ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଙ୍କୁ ଆକ୍ରମଣ l ନିକିରେଇ ଥାନା ରେ ଏତଲା କଲେ ଠିକାଦାର lନିଜର ସ୍ଵlର୍ଥ ପାଇଁ ଗାଁ ରାସ୍ତା କାମକୁ ବିରୋଧ lଏଭଳି ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ରେ ଦୀର୍ଘଦିନ ଧରି ଅର୍ତେଶ୍ୱର ପର୍ଯ୍ୟଟନ କ୍ଷେତ୍ର କୁ ଜଗନ୍ନାଥ ପୁର -ନହଙ୍ଗ ଅର୍ତେଶ୍ୱର ପର୍ଯ୍ୟନ୍ତ ପକ୍କାରାସ୍ତା ର ନିର୍ମାଣ ଓ ଉର୍ନତି ପାଇଁ ବାରମ୍ବାର ଗ୍ରାମ ବାସି ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ l ଏବେ ତାହା ଜଳସମ୍ପଦ ବିଭାଗ ଦ୍ୱାରା ଅନୁମୋଦନ କରାଯାଇଛି ।ଯାହାକୁ ନେଇ ଉକ୍ତ ରାସ୍ତା କାର୍ଯ୍ୟ ମଧ୍ୟ ଚାଲୁ ରହିଛି ।ଅନ୍ୟ ପକ୍ଷରେ କିଛି ଅସାଧୁ ଓ କଳୁଷିତ କୁଚକ୍ରୀ ବ୍ୟକ୍ତି ତାଙ୍କର ସ୍ୱାର୍ଥ ହାସଲ ନିମନ୍ତେ ଗଣ୍ଡଗୋଳ କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବିରୋଧ କରିଥିଲେ ଓ ଠିକାଦାର ଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ ସ୍ଥାନୀୟ ଅଞ୍ଚଳ ର ଜଣେ ବାସିନ୍ଦା l ତାଙ୍କୁ ଠିକାଦାର ଟଙ୍କା ନଦେବାରୁ ଠିକାଦାର ଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି l ରାସ୍ତା ର ପରିଧି ବଢ଼ାଇ କରିବାକୁ କଣ୍ଟ୍ରାକ୍ଟର ଙ୍କୁ କହିଥିଲେ l କିନ୍ତୁ ରାସ୍ତାର ପରିଧି ର ସିମା ଉଲଂଘନ କରିବାକୁ କଣ୍ଟ୍ରାକ୍ଟର ମନା କରିଦେବାରୁ ରାଗିଯାଇ କଣ୍ଟ୍ରାକ୍ଟର ଙ୍କୁ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିଲେ ଅସାମାଜିକ ବ୍ୟକ୍ତି l ଏମିତି କି ଠିକାଦାର ଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବ୍ୟକ୍ତି ଜଣକ । ଏନେଇ ନିକିରେଇ ଥାନା ରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l ଥାନା ରେ ଅଭିଯୋଗ ହେବା ପରେ କଣ୍ଟ୍ରାକ୍ଟର ଙ୍କ ଉପରେ ରାଗ ରଖି ଯେ. ସି. ପି ଗାଡି କୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ l ତେବେ ଜଳସମ୍ପଦ ବିଭାଗ ର ଏହି ରାସ୍ତା କାମ ରେ ବାଧକ ସାଜିଛନ୍ତି କିଛି ଦୁର୍ବୁତ୍ତ ଅଭିଯୋଗ ପରେ ଗୋଟିଏ ଦିନ ନିକିରେଇ ଥାନା କର୍ମଚାରୀ ଙ୍କ ସୁରକ୍ଷା ବଳୟ ଭିତରେ କାମ ହୋଇଥିଲେ ବି ଆହୁରି ଅନେକ କାମ ବାକି ଥିବାରୁ ଏବେ ସୁରକ୍ଷିତ ଭାବେ ଏହି ଓଡିଶା ସରକାର ଙ୍କ ରାସ୍ତା କାମ ଯୋଜନା ପରିସମାପ୍ତି ପାଇଁ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି l ମିଳିଥିବା ସୂଚନା ଅନୁଯାୟୀ ନିକିରେଇ ଥାନା ପୋଲିସ ଦୁର୍ବୁତ୍ତ ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ l ଆଉ କେବେ ଗିରଫ କରୁଛି ତାହା ହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *