ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା – ମନ୍ତ୍ରୀସାହି ରାସ୍ତାରୁ ଚକାପଦା, ଶିଶୁଆ ଓ ହରିରାଜପୁର ଗହୀରକୁ ଯାଇଥିବା ନୂତନ ରାସ୍ତାର ଉଭୟ ପାର୍ଶ୍ୱରେ ଆଦର୍ଶ ଯୁବ ପରିଷଦ ପକ୍ଷରୁ ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକୁ ଆଜି ସକାଳୁ ତାର ସୁରକ୍ଷା ନିମନ୍ତେ ତାହାର ଚତୁଃପାର୍ଶ୍ଵରେ ବ୍ୟାରିକେଡ କରାଯାଇ ପାଲ ଦ୍ଵାରା ଆବଦ୍ଧ କରାଯାଇଛି। ଯାହା ଦ୍ଵାରା ଗଛକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷା ଦିଆଯାଇପାରିଛି। ଏହାସହିତ କିଛି ନୂତନ ଗଛ ମଧ୍ୟ ଲଗାଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ଶଶୀଭୂଷଣ ତ୍ରିପାଠୀ, ସଂଗଠକ ଜିତେନ୍ଦ୍ର ସାହୁ, ବାଙ୍କନିଧି ରାଉତ, ଅଦୈତ କୁମାର ସାହୁ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଖରାଦିନେ ଏହି ଗଛ ଗୁଡିକ ବାଟୋଇ ଓ ବିଶେଷ କରି ଚାଷୀମାନଙ୍କପାଇଁ ଅଧିକ ଫଳପ୍ରଦ ହେବ। ବୃକ୍ଷସଵୁର ଯତ୍ନ ସହିତ ଆଗକୁ ଏ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ତଥା ବ୍ୟାପକ କରିବାପାଇଁ ସମସ୍ତଙ୍କର ମତ, ସହମତି ପ୍ରକାଶ ପାଇଥିଲା। ଏହା ସହିତ ନିଜ ନିଜ ବାଡିରେ ଚାରାରୋପଣ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା।। ପରିଶେଷରେ ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


