ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ତାଲିମ କେନ୍ଦ୍ର ଠାରେ ପାଳିତ ହୋଇ ଯାଇଛି ବିଶ୍ୱ ଯକ୍ଷ୍ମା ଦିବସ । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଡକ୍ଟର ଏମ୍ ଏମ୍ ଅଲ୍ଲି DPHO , ଡକ୍ଟର ଆର ଏନ ଦାସ AD PHO (TB) ,ଡକ୍ଟର ରବି ବାବୁ, ଡକ୍ଟର ବି କେ ଦାସ, ADM PHO , ଡକ୍ଟର ଇନ୍ଦିରା କୁମାରୀ ମହାପାତ୍ର (ଲେପର୍ସି) ପ୍ରମୁଖ ଉପସ୍ଥିତ ଥିଲେ । ଯକ୍ଷ୍ମା ରୋଗ ଉପରେ ଅତିଥି ମାନେ ନିଜର ମତାମତ ଦେବା ସହ ଯକ୍ଷ୍ମା ରୋଗ କିପରି ଦେଶରୁ ହଟିବ , ଯକ୍ଷ୍ମା ରୋଗରୁ ଆରୋଗ୍ୟ ହୋଇ କିପରି ସୁସ୍ଥ ଜୀବନ ଯାପନ କରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଦିବସ ଉପଲକ୍ଷେ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀ ଛାତ୍ର ଛାତ୍ରୀ ସ୍ୱାସ୍ଥ୍ୟ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ବିଶ୍ୱ ଯକ୍ଷ୍ମା ଦିବସ ପାଳିତ !!!

