ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖାଇଗଲେ କି ସରକାରୀ ବାବୁ , ଆସୁଥିବା ଚାଉଳ ଓ କିରାସିନି । ସରକାର ଗରିବଙ୍କ ପାଇଁ ପେଟକୁ ଦେଉଛନ୍ତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଓ କିଛି କିରାସିନି , କିନ୍ତୁ ରାସନ କାର୍ଡ ରେ ହେଲା ଯୋଗାଣ ସହାୟତାଙ୍କ ଦସ୍ତଖତ ଓ ନେଲେ ଟଙ୍କା କିନ୍ତୁ ପାଇଲେନି ପ୍ରକୃତ ହିତାଧିକାରୀ ଚାଉଳ ଓ କିରାସିନି । ଏହି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ହଂସରାଡ଼ି , ବଡ଼ଢ଼ିହ ଓ ରାଧାମୋହନ ପୁର ଗ୍ରାମ ପଲି ଅଞ୍ଚଳ ର । ଜଦି ଆଜି ଏହି ଭଳି ଘଟଣା ଦେଖିବାକୁ ମିଳୁଛି ପୂର୍ବରୁ ଆଉ କଣ କଣ ହୋଇ ନଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାହିଁକି ଏପରି କଲେ ଯୋଗାଣ ସହାୟତା ରଞ୍ଜିତା ସାହୁ ? କଣ ଉଦେଶ୍ୟ ଥିଲା ତାଙ୍କର ପ୍ରକୃତ ହିତାଧିକାରୀଙ୍କ ରାସନ କାର୍ଡ ନେଇ ଦସ୍ତଖତ କରାଇ ଟଙ୍କା ଉଠାଇବା ?? ଏହା ସହିତ ଫିଙ୍ଗର ପ୍ରିଣ୍ଟ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାସନକାର୍ଡ ହିତାଧିକାରୀ । ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ଯୋଗାଣ ସହାୟତାଙ୍କ ର ପାଞ୍ଚ ବର୍ଷ ହେବ ବିଗତ ଦିନରେ ମଧ୍ୟ ହୋଇଥିଲା ଗଣମାଧ୍ୟମରେ ଏନେକ କିଛି ଖବର । ବଦଳୁ ନାହାଁନ୍ତି ଏହି କଳା କାରନାମା କରିବା ପାଇଁ ଯୋଗାଣ ସହାୟତା ରଞ୍ଜିତା ସାହୁ । କିଛି ପ୍ରକୃତ ହିତାଧିକାରୀ ଙ୍କ କହିବା କଥା ହେଲା ଏଥିରେ ସରପଞ୍ଚ ହାତ ରହିଛି ବୋଲି , ଆମେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରେ ସେ ସମ୍ପୂର୍ଣ୍ଣ ଭାବେ କହିଛନ୍ତି ଯେ ଏଥିରେ ମୋର କିଛି ଭୂମିକା ନାହିଁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଚାରି ମାସର ଚାଉଳ ନ ଦେଇ ଦୁଇ ମାସର ଚାଉଳ ଓ କିରାସିନି ଟଙ୍କା ଉଠାଇ ରାସନକାର୍ଡ ହିତାଧିକାରୀଙ୍କ ଖାତାରେ ଦସ୍ତଖତ ଦେଇଛନ୍ତି ଯୋଗାଣ ସହାୟତା ରଞ୍ଜିତା ସାହୁ । ପଞ୍ଚାୟତ ଏକଜକ୍ୟୁଟିଭ ଅଫିସର ଙ୍କୁ ପଚାରିବାର ସେ କହିଛନ୍ତି ବାହାନା କରି ଆମ ଗାଡ଼ି ପମ୍ପଚର ହୋଇଗଲା ବୋଲି ଜଣାଇଛନ୍ତି । ଚାଉଳ ନ ପହଁଚି କେଉଁ ଆଧାରରେ ଆଗ ଉଠିଲା ଟଙ୍କା କିଏ ଦେଲା ସାହାସ ଏବଂ କେଉଁ ସରକାରୀ ବାବୁଙ୍କ ରହିଛି ହାତ । ଆମେ ଯୋଗାଣ ନିରୀକ୍ଷକ ଅରୁଣ କୁମାର ଲେଙ୍କା ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଯଦି ଏହା ସତ୍ୟ ନିଶ୍ଚିତ ଭାବେ ତଦନ୍ତ କରାଯିବ । ଏଠି ପ୍ରଶ୍ନ ଉଠୁଛି ଯେ ସାଧାରଣ ନିରୀହ ଲୋକଙ୍କୁ କାହିଁକି ଏମିତି କରାଯାଉଛି ? କିଏ ଏଥିପାଇଁ ଦାୟୀ , ତାହା ତଦନ୍ତ ପରେ ସମ୍ପୂର୍ଣ୍ଣ ଭାବେ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ଅରୁଣ କୁମାର ଲେଙ୍କା ।

