ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଷ୍ଟେମ୍ ମେଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଷ୍ଟେମ୍ ମେଳା ଅନୁଷ୍ଠିତ ହୋଇଥିଲା ।ଏହା ଜିଲ୍ଲା ଶିକ୍ଷା ବିଭାଗ (ଗଜପତି) , IBM, QUEST ALLIANCE ଏବଂ RESTLESS DEVELOPMENT ର ମିଳିତ ଉଦ୍ୟମ ରେ ଆୟୋଜିତ ହୋଇଥିଲା ।
ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ଏ.ଡି.ଓ ମନୋଜ ରଞ୍ଜନ ଦଳାଇ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ୍ ପଟ୍ଟନାୟକ , ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପ୍ରୋଗ୍ରାମ ଅଫିସର (Restless Development) ସତ୍ୟନାରାୟଣ ମହାପାତ୍ର ଏବଂ Youth facilitator ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସରକାରି ଉଚ୍ଚ ବିଦ୍ୟାଳୟ, ଗୁରାଣ୍ଡି ଓ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ସହାୟକ ଶିକ୍ଷକ / ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ଷ୍ଟେମ ମେଳା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା stem for girls ପ୍ରୋଗ୍ରାମ ର ବାର୍ଷିକ ପାଠ୍ୟକ୍ରମ , କାର୍ଯ୍ୟସୂଚୀ , ପ୍ରକଳ୍ପର ପ୍ରତିଫଳନ କୁ ପ୍ରଦର୍ଶନ କରିବା । ଅତିଥି ମାନେ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ପିଲାଙ୍କର ହାକାଥନ୍ ପ୍ରକଳ୍ପ କୁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ stem ପ୍ରୋଗ୍ରାମ ଏବଂ ତାହାର ପରିଣାମ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର (Restless Development) ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଗ୍ରାହାମ୍ ବେଲ ଙ୍କ ଜୀବନଶୈଳୀ , ରୋଚକ ତଥ୍ୟ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିବା ସହିତ ଜୀବନ ରେ ତାହାକୁ କିପରି ବ୍ୟବହାର କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନେ ଏହି ପ୍ରୋଗ୍ରାମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ଯାହା ଲିଙ୍ଗଭିତ୍ତିକ ସଶକ୍ତିକରଣ ଏବଂ ଦେଶ ଭକ୍ତି ବିଷୟ ବସ୍ତୁ ଉପରେ ଆଧାରିତ ଥିଲା । ଏହି ମେଳା ର ଉଦଯାପନୀ ଉତ୍ସବ ଛାତ୍ରଛାତ୍ରୀ ଙ୍କ ପ୍ରଦର୍ଶନୀ ଏବଂ ପୁରସ୍କାର ବିତରଣ ସହିତ ସମାପ୍ତ ହୋଇଥିଲା ।

 

Leave a Reply

Your email address will not be published. Required fields are marked *