ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମହିଳାଙ୍କୁ କୁଅ ରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ . ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାର ଜଣେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ କୂଅରେ ଗଳି ପଡ଼ିଥିଲେ । ଖବର ପାଇଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ କମଳୀ ମହାପାତ୍ର (୫୦) ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ମୁତାବକ, କମଳୀ ରାତିରେ ଚାଲିକି ଯାଉଥିବା ବେଳେ ଅସାବଧାନତା ବଶତଃ କୂଅରେ ଗଳି ପଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କୂଅ ପାଖରେ ପହଞ୍ଚିଥିଲେ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇ ନଥିଲେ । ଏଣୁ ୧୧୨ରେ କଲ୍ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦଉଡ଼ି ସିଡ଼ି ସାହାଯ୍ୟରେ ମହିଳାଙ୍କୁ କୂଅରୁ ଉଦ୍ଧାର କରିଥିଲେ । ଆଗ୍ନିକ ସୁଧୀର କୁମାର ବେହେରା ତାଙ୍କୁ କୂଅରୁ ବାହାର କରିବାରେ ସହାୟତା କରିଥିଲେ । ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଏକ ବହୁମୂଲ୍ୟ ଜୀବନ ବଞ୍ଚିଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ । କୂଅରୁ ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

