ବାଣପୁରରେ ଆରମ୍ଭ ହେଲା ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ । ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀ ମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ , ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସିଙ୍କୁ ବୁଝାଇଥିଲେ । ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି । ଆସନ୍ତା ଦୁଇ ଦିନ ଭିତରେ ଅବଶିଷ୍ଟ ପଞ୍ଚାୟତ ଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *