କେନ୍ଦୁପଲ୍ଲୀ ରେ ଓଡିଶା ପ୍ରସିଦ୍ଧ କଣ୍ଟାଗଡା ଓ ତପଘର ପାଳିତ !!!

0
883

ବାଙ୍କୀ // କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତୀ ପାଳନ କରିବାରେ କେନ୍ଦୁପଲ୍ଲୀ ର ପରମ୍ପରା ବହୁ ପ୍ରାଚୀନ । କଳପଥର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ କେନ୍ଦୁପଲ୍ଲୀ ଗ୍ରାମ । ପଶ୍ଚିମ ବାଙ୍କୀ ର ଏହି ଗ୍ରାମ କୁ ଦୂର ଦୂରନ୍ତାରୁ ବହୁ ସଂଖ୍ୟାରେ ଦର୍ଶକ ଆସିବା ପାଇଁ ବୈଦେଶ୍ଵର ଟି-ସେତୁ ସାଂପ୍ରତିକ ସମୟରେ ବଡ ମାଧ୍ୟମ ପାଲଟିଛି । ସଂକ୍ରାନ୍ତି ପୂର୍ବ ଦିନ ଏଠାରେ କଣ୍ଟାଗଡା ଓ ତପଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେବ ଏହି ପ୍ରସିଦ୍ଧ ପର୍ବ ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ ଏହି ମହା ସମାୋରୋହକୁ ପ୍ରାୟ ପଚାଶ ହଜାର ଦର୍ଶକ ଉପଭୋଗ କରିଛନ୍ତି । ସ୍ଥାନୀୟ ଗ୍ରାମାଞ୍ଚଳ କ୍କବ, ଗ୍ରାମର ଶାନ୍ତି କମିଟି ଓ ବୈଦେଶ୍ଵର ଥାନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଣ୍ଟାଗଡା ପର୍ବ ଶାନ୍ତି ଶୃଂଖଳାର ସହ ସମାପିତ ହୋଇଅଛି । ସୂଚନାଯୋଗ୍ୟ ଯେ , ମାନସିକଧାରୀ ଦଣ୍ତ ଉପାସକ ଏବଂ କାଳିସୀ ମାନେ କଣ୍ଟାଗଡା ର ଦିନକ ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ସିଜୁ କଣ୍ଟାଗଛ ସବୁକୁ ଶଗଡରେ ବୁହାଇ ଆଣନ୍ତି ଠାକୁରାଣୀ ପୀଠସ୍ଥଳ ପର୍ଯ୍ୟନ୍ତ । ଯଥାବିଧି ପୂଜାର୍ଚ୍ଚନା ପରେ ଗାଁ ଦାଣ୍ତରେ ଦଣ୍ତଧାରୀ ମାନେ ବିଭିନ୍ନ ପ୍ରକାର ଖେଳ କୌଶଳ ଓ ନୃତ୍ୟ କରିବା ପରେ ସିଜୁ କଣ୍ଟାରେ ଗଡିଥାନ୍ତି । ସେହିଦିନ ରାତିରେ ତପଘର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।ଏଥିରେ କାଳେସୀ ଏବଂ ଅନ୍ୟ ଦଣ୍ତ ଉପାସକ ମାନେ ଉପରକୁ ଗୋଡ କରି ତଳକୁ ମୁହଁ କରି ନିଆଁ ଉପରେ ଓହଳିଥାନ୍ତି । ପଣା ସଂକ୍ରାନ୍ତି ଦିବସରେ ଝାମୁପର୍ବ ହୁଏ । ୧୦୭ ଫୁଟର ଅଙ୍ଗାର ନିଆଁରେ ଭକ୍ତ ମାନେ ଖାଲି ପାଦରେ ଚାଲିଥାନ୍ତି । ବାଙ୍କୀ , କେନ୍ଦୁପଲ୍ଲୀ ର ଦଣ୍ତ ଉପାସକଙ୍କର ଏହି ଭକ୍ତି ନିଦ୍ଦର୍ଶନର ଆବେଗ ପଣ ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ୍ର ଏବଂ ନିଆରା ଅଟେ ।

LEAVE A REPLY

Please enter your comment!
Please enter your name here