ଚିଲିକାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରବାଦ ପୁରୁଷ ମହାନ ଜନ ନାୟକ ତଥା ଓଡିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ବାଲୁଗାଁ ବାଇପାସ ନିକଟସ୍ଥ ବିଜୁ ଜନତା ଦଳ କାର୍ଯ୍ୟଳୟ ପରିସରରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ଚିଲିକା ବିଧାୟକଙ୍କ ଧର୍ମପତ୍ନୀ ସ୍ଵାଗତିକା ଜଗଦେବ ଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ଅବସରରେ ନେତା, କର୍ମୀ ଓ ନିର୍ବାଚତ ପ୍ରତିନିଧି ମାନେ ଯୋଗଦେଇ ବିଜୁ ବାବୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ, ଧୁପ, ଦୀପ ଦେଇ ସ୍ମୁତି ଚାରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ସଭାପତିତ୍ୱ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ବାଣପୁର, ବାଲୁଗାଁ ନଗର ପାଳ, ଉପ ନଗରପାଳ ଏବଂ କାଉନସିଲର ମାନେ ଯୋଗଦେଇ ସ୍ୱର୍ଗତ ବିଜୁ ବାବୁ ଙ୍କ ର କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପାଞ୍ଚଶହ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ରହିଥିବା ବେଳେ ପରିଶେଷରେ ବାଲୁଗାଁ ଏନଏସି ର ସଭାପତି ଜୟନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *