ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାରେ ଆଉ ୨ ଜଣ ଗିରଫ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ର ବହୁ ଚର୍ଚ୍ଚିତ ମେରୁ ଶୋଭାଯାତ୍ରା ଉତ୍ସବରେ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣା । ନୟାଗଡ଼ ଟାଉନ ଥାନା ପୋଲିସ ଆଗରୁ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟା ଘଟଣାରେ ଦେଉଳ ପଲ୍ଲୀ ଗ୍ରାମର ରବି ପ୍ରଧାନ ଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଲୁଚାଇ ରଖିଥିବା ଅପରାଧ ରେ ରବି ର ଭଣଜା ବୋହୂ ରଶ୍ମିତା ଜେନା କୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ପରେ ରବି ତାର ଭଣଜା ବୋହୂ ଘର ଦଶପଲ୍ଲା ରେ ଲୁଚି ରହିଥିଲା । ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଦଶପଲ୍ଲା ସ୍ଥିତ ରଶ୍ମିତା ଙ୍କ ଘର ଉପରେ ଚଢାଉ କରି ରବି ପ୍ରଧାନ ଏବଂ ରଶ୍ମିତା ଜେନା ଙ୍କୁ ଗିରଫ କରିଛି ।

 

Leave a Reply

Your email address will not be published. Required fields are marked *